ETV Bharat / politics

ଏକଜିଟ ପୋଲ ରାଜନୀତି: କଂଗ୍ରେସ କହିଲା ଏମିତି, କାଉଣ୍ଟର କଲା ବିଜେପି - Politics On Exit Poll

ସଦ୍ୟ ନିର୍ବାଚନ ଏକଜିଟ ପୋଲ ରେଜଲ୍ଟକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ । ଉତ୍ତର ଭାରତରୁ ବିଜେପି ମୂଳପୋଛ ହେବ କହିଲା କଂଗ୍ରେସ । ଜବାବ ରଖିଲା ବିଜେପି ।

author img

By ETV Bharat Odisha Team

Published : 2 hours ago

POLITICS ON EXIT POLL
POLITICS ON EXIT POLL (ETV Bharat Odisha)

ଭୁବନେଶ୍ବର: ଜମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନ ଏକଜିଟ ପୋଲ ରେଜଲ୍ଟକୁ ନେଇ ଏବେ ରାଜ୍ୟଠୁ ଆରମ୍ଭ କରି ଜାତୀୟସ୍ତର, ସବୁଠି ଆଲୋଚନା ଆରମ୍ଭ ହୋଇଯାଇଛି । ଉଭୟ ଜାଗାରେ ଇଣ୍ଡି ମେଣ୍ଟକୁ ବହୁମତ ମିଳୁଥିବା ଏକଜିଟ ପୋଲ ଫଳାଫଳରୁ ଜଣାପଡ଼ିଛି । ଏବେ ସମସ୍ତଙ୍କ ନଜର ଅକ୍ଟୋବର ୮ ତାରିଖ ଅର୍ଥାତ ନିର୍ବାଚନ ଫଳାଫଳ ପ୍ରକାଶ ଦିନକୁ । ଏକଜିଟ ପୋଲ ଏକଜାଟ ପୋଲ ହେବା ନା ଏଥିରେ ବ୍ୟତିକ୍ରମ ଦେଖାଦେବ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରେ ତେଜିଛି ରାଜନୀତି । ଏକଜିଟ ପୋଲ ରେଜଲ୍ଟକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଆଗାମୀ ଦିନରେ ଲୋକେ ବିଜେପିକୁ ବଙ୍ଗୋପସାଗରରେ ଫିଙ୍ଗି ଦେବେ ବୋଲି କହିଛି କଂଗ୍ରେସ । ସେପଟେ ବିଜେଡି କହିଛି ଲୋକେ ହରିୟାଣା ଓ ଜାମୁ କାଶ୍ମୀରର ଚମତ୍କାର ଫଳାଫଳ ଦେଖିଵେ । ଏଣେ ଏକଜିଟି ପୋଲ ଏକଜାଟ ହୁଏନି ବୋଲି କହିଛି ବିଜେପି ।

Congress On EXIT Poll (ETV Bharat Odisha)

ଲୋକେ ବିଜେପିକୁ ବଙ୍ଗୋପସାଗରକୁ ଫିଙ୍ଗି ଦେବେ:

ଗତକାଲି ଜମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନକୁ ନେଇ ଆସିଥିବା ଏକଜିଟ ପୋଲକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଏକଜିଟ ପୋଲ ପୂର୍ବରୁ ମଧ୍ୟ ହରିୟାଣାରେ କଂଗ୍ରେସ ସପକ୍ଷରେ ଜନମତ ରହିଥିଲା । ୨ଟି ପର୍ଯ୍ୟାୟରେ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଭାରତବର୍ଷ ଯାତ୍ରା କରିଥିଲେ । କଂଗ୍ରେସ ଦଳ ଯେଉଁ ମଜବୁତ ସ୍ଥିତିକୁ ଫେରୁଛି ଏହା ହେଉଛି ରାହୁଲ ଗାନ୍ଧୀଙ୍କ ଯାତ୍ରାର ବଡ ପ୍ରଭାବ । ହରିୟାଣାରେ ଏକାକୀ କଂଗ୍ରେସ ଦଳ ସରକାର କରିବ । ସେହିଭଳି ଭାବରେ ଜାମୁ ଏବଂ କାଶ୍ମୀରରେ ମଧ୍ୟ ଇଣ୍ଡିଆ ମେଣ୍ଟର ମିଳିତ ସରକାର ହେବ । ଏହାର ପ୍ରଭାବ ଆଗକୁ ହେବାକୁ ଥିବା ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ନିର୍ବାଚନ ଉପରେ ମଧ୍ୟ ପଡିବ । ଏହି ୩ଟି ରାଜ୍ୟରେ ମଧ୍ୟ ଇଣ୍ଡିଆ ମେଣ୍ଟର ସରକାର ହେବ । ମୋଟ ୫ଟି ରାଜ୍ୟର ବିଜୟ ପରେ ଉତ୍ତର ଭାରତରେ ବିଜେପି ସ୍ଥିତି ସଂଗୀନ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ଓ ବିହାର ନିର୍ବାଚନ ବେଳକୁ ବିଜେପିର ଆଉ କିଛି ସ୍ଥିତି ନଥିବ । ଲୋକେ ତାଙ୍କୁ ବଙ୍ଗୋପସାଗରକୁ ଫିଙ୍ଗି ଦେଇଥିବେ ।"

ଏଆଇସିସି ଫୋକସରେ ଓଡ଼ିଶା:

ଜୟଦେବ ଜେନା ଏହା ମଧ୍ୟ କହିଛନ୍ତି, "ଆଗକୁ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିବ । ଆମର ୬ ଥର ପରାଜୟ ହୋଇଛି । ଯେତିକି ଶିକ୍ଷା ପାଇବା କଥା ଆମେ ପଇସାରିଲୁଣି । ରାଜ୍ୟର ସମସ୍ତ କଂଗ୍ରେସ ନେତାଙ୍କର ଏବେ ମାନସିକ ଭାବରେ ପରିବର୍ତ୍ତନ ଘଟିଛି । ଯେଉଁଭଳି ବାହାର ରାଜ୍ୟରେ କଂଗ୍ରେସ ନେତା ଏକ ହୋଇ ଲଢେଇ କଲେ ଏବଂ ଏବେ ବିଜୟର ସ୍ୱାଦ ଚାଖିବାକୁ ଯାଉଛନ୍ତି । ସେହିଭଳି ରାଜ୍ୟରେ ମଧ୍ୟ ସମସ୍ତ କଂଗ୍ରେସ ନେତା ଏକ ହୋଇ ଆଗକୁ ଲଢ଼ିବାକୁ ପ୍ରସ୍ତୁତ ହୋଇସାରିଲେଣି । ଓଡିଶାକୁ ଏଆଇସିସି ଫୋକସରେ ରଖିଛି । ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବ । ପିସିସି ରାଜ୍ୟ ଉନ୍ନତି ପାଇଁ କାଯ୍ୟକ୍ରମ କରିବ । ୫ଟି ରାଜ୍ୟରେ ବିଜେପିର ଯେଉଁଭଳି ସ୍ଥିତି ଆସୁଛି, ଏହା ବିଜେପି ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଦେଶରେ ବିଜେପି ଏକାକୀ ଭାବରେ ସରକାର କରିନାହିଁ । ଆଶାବାଡ଼ିରେ କେନ୍ଦ୍ର ସରକାର ଚାଲିଛି । ଯେତେବେଳେ ବିଜେପି ଉପରୁ ଅନ୍ୟ ସହଯୋଗୀ ଦଳର ବିଶ୍ୱାସ ଭାଙ୍ଗିଯିବ, ସେତେବେଳେ ସେମାନେ କଂଗ୍ରେସକୁ ସମର୍ଥନ କରିବେ । ରାଜନୀତିରେ କିଛି ଵି ହେଇପାରେ । ତେଣୁ ଆଗକୁ ମଧ୍ୟବର୍ତ୍ତୀ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।"

BJD On EXIT Poll (ETV Bharat Odisha)

ସଚେତନ ନାଗରିକ ଉଚିତ ଜବାବ ଦେବେ:

ସେପଟେ ବିରୋଧୀ ବିଜୁ ଜନତା ଦଳ ମଧ୍ୟ ରାଜ୍ୟରେ ବିଜେପି ସରକାରର ବିଫଳତାକୁ ଲୋକେ ପରଖିଲେଣି ବୋଲି କହିଛି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଅନେକ ସମୟରେ ସତ ହେଉନି । ଆଗକୁ ହରିୟାଣା ଓ ଜାମୁ କାଶ୍ମୀରର ଚମତ୍କାର ଫଳାଫଳ ଦେଖିଵେ । ଲୋକେ ଆଜି ବି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଜାଣନ୍ତି । ସେ ଲୋକଙ୍କ ମନରେ ଅଛନ୍ତି । ଓଡ଼ିଶାବାସୀ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବେ । ଅନ୍ୟ ରାଜ୍ୟ ନିର୍ବାଚନ ପରେ କିଏ ଉପରକୁ ଯାଉଛି ଓ ତଳକୁ ଖସୁଛି, ତାହା ସ୍ପଷ୍ଟ ହୋଇଯିବ । ଇଣ୍ଡିଆ ମେଣ୍ଟ ନୁହେଁ, ମୋ ଦେଶ ଇଣ୍ଡିଆ ଆଗକୁ ବଢୁ । ଯେବେ ଲୋକେ ଅନୁଭବ କରିବେ, ବର୍ତ୍ତମାନ ସରକାର ଦେଶକୁ ତଳକୁ ନେଉଛନ୍ତି, ସଚେତନ ନାଗରିକ ଉଚିତ ଜବାବ ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ...ଆସିଲା ଏକଜିଟ ପୋଲ; ଜମ୍ମୁ-କାଶ୍ମୀର ଓ ହରିୟାଣାରେ କିଏ ଗଢ଼ିବ ସରକାର ? - Poll of Polls JK Haryana

ଏହା ମଧ୍ୟ ପଢ଼ନ୍ତୁ...ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION

ଏହା ମଧ୍ୟ ପଢ଼ନ୍ତୁ...ଉପତ୍ୟକାରେ ଶେଷ ପର୍ଯ୍ୟାୟ ମତଦାନ, ୪୦ ଆସନରେ ଭୋଟ ଦେଉଛି ଜମ୍ମୁ କାଶ୍ମୀର - JK Assembly Polls Phase 3

BJP On EXIT Poll (ETV Bharat Odisha)

ଏକଜିଟି ପୋଲ ଏକଜାଟ ହୁଏନି:

ସେପଟେ ଜମ୍ମୁ-କାଶ୍ମୀର ଓ ହରିୟାଣା ଏକଜିଟି ପୋଲକୁ ନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ଏକଜିଟି ପୋଲ ଏକଜାଟ ହୁଏନି । ଯାହା ବି ଫଳ ହେଉ ଅପେକ୍ଷା କରିବାକୁ ପଡିବ । ଓଡ଼ିଶାରେ ଏକଜିଟି ପୋଲ କ'ଣ ଥିଲା । ଫଳାଫଳ ଅଲଗା ହେଲା । ସ୍ଥାନୀୟ ପ୍ରସଙ୍ଗ ଆଧାରିତ ନିର୍ବାଚନ ହେଉଥିଲା । ଫଳାଫଳକୁ ଅପେକ୍ଷା କରିବାକୁ ପଡିବ । ତାପରେ ରାଜନୈତିକ ଚର୍ଚ୍ଚା ଆଲୋଚନା କରିହେବ ।" ଇଣ୍ଡି ମେଣ୍ଟ ଆଡକୁ ବିଜେଡି ଢ଼ଳିବା ଚର୍ଚ୍ଚାକୁ ନେଇ ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି, "ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି । ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶ ହେଉଛି । ବିଜେପି ଲୋକପ୍ରିୟ ହେଉଛି । ତେଣୁ ବିଜେଡିର ଆଚରଣ ହେବା ସ୍ୱାଭାବିକ । ସେ କୁଆଡେ ଯିବେ କାହା ସହ ଯିବେ ତାଙ୍କ ନିଷ୍ପତ୍ତି । ଇଣ୍ଡି ମେଣ୍ଟକୁ ଗଲେ କିଛି ପ୍ରଭାବ ପଡ଼ିବନି । ପଞ୍ଚାୟତ ନିର୍ବାଚନରେ ବିଜେପି ଅଧିକ ଭଲ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.