ETV Bharat / bharat

ବିନା ଇଟାରେ ଘର: ରୋକିବ ପ୍ରଦୂଷଣ, ଭୁଶୁଡିବାର ନାହିଁ ଟେନସନ ! - House Construction Without Bricks

ବିନା ଇଟାରେ ହୋଇପାରୁଛି ଘର ନିର୍ମାଣ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହା କିପରି ସମ୍ଭବ ହୋଇପାରିଛି ଜାଣନ୍ତୁ ।

author img

By ETV Bharat Odisha Team

Published : 2 hours ago

House Construction Without Bricks
House Construction Without Bricks (ETV Bharat)

ହାଇଦ୍ରାବାଦ: ଘର ତିଆରି କରିବା ପାଇଁ ଯେତେବେଳେ ଆମ ମନରେ ଭାବନା ଆସେ ସେତେବେଳେ ପ୍ରଥମେ ଏହା ବାବଦରେ ହେବାକୁ ଥିବା ଖର୍ଚ୍ଚ କଥା ଚିନ୍ତା କରୁ । କାରଣ ଘର ନିର୍ମାଣ ପାଇଁ ଆବଶ୍ୟକ ହୋଇଥାଏ ଇଟା, ବାଲି, ସିମେଣ୍ଟ ଓ ଲୁହା । ଏହାସହ ଶ୍ରମିକଙ୍କ ମଜୁରୀରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ । ଆଉ ଯଦି ବିନା ଇଟାରେ ଘର ନିର୍ମାଣ ହୁଏ, ତେବେ ଇଟା ବାବଦକୁ ହେବାକୁ ଥିବା ଖର୍ଚ୍ଚ କମ୍ ପଡ଼ିବ ।

ବିନା ଇଟାରେ ଘର ନିର୍ମାଣ:

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ମଧ୍ୟପ୍ରଦେଶର ସାଗର ସହରର ଜଣେ ଜଣାଶୁଣା ଇଞ୍ଜିନିୟରଙ୍କଠାରୁ ଏଭଳି କିଛି ତଥ୍ୟ ବିଷୟରେ ଜାଣିବାକୁ ମିଳିଛି । ଇଞ୍ଜିନିୟର ରାଜେଶ ମିଶ୍ରା କହିଛନ୍ତି, ଭବନ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ନୂଆ ଓ ପୁରୁଣା ଟେକନିକ୍ ବିଷୟରେ ଲଗାତାର ଅଧ୍ୟୟନ କରିଆସୁଛି । ଯାହାର ପ୍ରୟୋଗ ସାଇଟ୍ ଉପରେ କରୁଛି । ଅନେକ ଗବେଷଣା ପରେ ମୁଁ ଜାଣିବାକୁ ପାଇଛି ଯେ, ଲୁହାଛଡ଼ର ବ୍ୟବହାର କରି ଆମେ କାନ୍ଥ ନିର୍ମାଣ କରିପାରିବା । ତାହା ଉପରେ ସିମେଣ୍ଟ ଉପରେ ସିମେଣ୍ଟ ଦିଆଯାଇ ଫ୍ରେମ ତିଆରି କରାଯାଇଥାଏ । ଲୁହାର ଏହି ଫ୍ରେମ୍ ସହ ଏଥିପାଇଁ ସ୍ବତନ୍ତ୍ର ପ୍ଲାଷ୍ଟର କରାଯିବା ଜରୁରୀ । ଯାହାକି ସହଜରେ ଲୁହା ଫ୍ରେମକୁ ସଶକ୍ତ କରିବାରେ ସହାୟକ ହେବ । ଏହି କାନ୍ଥ ହେବା ପରେ ପ୍ଲାଷ୍ଟିକ ଦ୍ବାରା ଘୋଡାଇ ଦିଆଯାଇଥାଏ । କାରଣ ସୂର୍ଯ୍ୟକିରଣ ଦ୍ବାରା ସେଥିରେ ଥିବା ପାଣି ଯେପରି ବାଷ୍ପୀଭୂତ ନହେବ । ପରେ ଏହା ଉପରେ ରଙ୍ଗ ଦିଆଯାଇଥାଏ ।

ପରିବେଶ ପ୍ରଦୂଷଣ ରୋକିବ:

ଇଞ୍ଜିନିୟର ରାଜେଶ ମିଶ୍ରା କହିଛନ୍ତି, ପରିବେଶ ସନ୍ତୁଳନ ଦିଗରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । କାରଣ ଇଟା ପ୍ରସ୍ତୁତି ସମୟରେ ଇଟା ଭାଟିରୁ ବହୁ ପରିମାଣର ଧୂଆଁ ନିର୍ଗତ ହୋଇଥାଏ । ଇଟାର ବ୍ୟବହାର ଯଦି କମ୍ କରାଯାଏ ତେବେ ଏହା ବାୟୁ ପ୍ରଦୂଷଣ କିଛିକାଂଶରେ କମିପାରିବ ।

ଏହା ବି ପଢନ୍ତୁ...ସ୍ମାର୍ଟ ଯୁଗର ସ୍ମାର୍ଟ ହୋମ: ଘରକୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟରେ ଛାତ୍ରୀଙ୍କ ନିଆରା ପ୍ରୋଜେକ୍ଟ

ଏହା ବି ପଢନ୍ତୁ...ଗରିବଙ୍କ ପାଇଁ ବଡ଼ ଘୋଷଣା; ୫ ବର୍ଷରେ ନିର୍ମାଣ ହେବ ଆଉ ୨ କୋଟି ପକ୍କା ଘର

ଏହା ବି ପଢନ୍ତୁ...ବର୍ଷା ବିତ୍ପାତ: ଭୁଶୁଡ଼ିଲା ଘର, ଲୋୟର ଇନ୍ଦ୍ର ଡ୍ୟାମରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ

ଏହା ବି ପଢନ୍ତୁ...Haryana Flood: ଆଖି ପିଛୁଳାକେ ଭାଙ୍ଗିଲା 30 ଲକ୍ଷ ବ୍ୟୟରେ ନିର୍ମିତ 3 ମହଲା ବିଶିଷ୍ଟ କୋଠା

ଇଟା କାନ୍ଥରୁ ଅଧିକ ମଜବୁତ:

ଇଞ୍ଜିନିୟର ରାଜେଶ ମିଶ୍ରା କହିଛନ୍ତି, "ବର୍ଷା ଦିନ ଆସିଲେ ଆନେକ ସ୍ଥାନରୁ କାନ୍ଥ ଭୁଶୁଡ଼ିବା ଭଳି ଖବର ସାମନାକୁ ଆସିଥାଏ । ସେହିପରି ଭୂକମ୍ପ ହେଲେ ମଧ୍ୟ ବହୁ ସ୍ଥାନର କାନ୍ଥ ଭୁଶୁଡ଼ି ପଡୁଥିବାର ନଜିର ରହିଛି । ହେଲେ ଏହି ପ୍ରକ୍ରିୟାରେ ନିର୍ମାଣ କରିବା ଦ୍ବାରା କାନ୍ଥ ଭୁଶୁଡ଼ିବାର ସମ୍ଭାବନା କମ୍ ଥାଏ । କାରଣ ଏହି କାନ୍ଥ ବେଶ ମଜବୁତ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.