ETV Bharat / state

ଶୋଇଥିବାବେଳେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର - ବର୍ଷାରେ ଭୁଶୁଡିଲା ଘର

ଶୋଇଥିବା ବେଳେ ଭାଙ୍ଗିଲା ଘରର ଆଜେବେଷ୍ଟ । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ଅଧିକ ପଢନ୍ତୁ

ଶୋଇଥିବା ବେଳେ ଭାଙ୍ଗିଲା ଆଜେବେଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର

author img

By

Published : Sep 24, 2022, 1:03 PM IST

Updated : Sep 24, 2022, 4:26 PM IST

ରାୟଗଡା: ଦାଉ ସାଧିଲା ବର୍ଷା ପବନ । ରାତିରେ ଶୋଇଥିବା ବେଳେ ଭାଙ୍ଗିଲା ଘରର ଆଜେବେଷ୍ଟ । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର(family member narrowly escaped) । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମରେ ଏହି ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁଁ ଗ୍ରାମର ଦିନ ମଜୁରିଆ ତରୁଣି ଛାତିଙ୍କ ଆଜବେଷ୍ଟ ଘର ଛାତ ଭୁଶୁଡି ଯାଇଛି । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ପରିବାରର ୭ ଜଣ ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ ସମସ୍ତଙ୍କ ଜୀବନ ସିନା ବଞ୍ଚି ଯାଇଛି, ହେଲେ ଘର ଭାଙ୍ଗିବା ପରେ ଏହି ପରିବାର ଏବେ ବାସହରା ହୋଇଯାଇଛନ୍ତି ।

ଶୋଇଥିବାବେଳେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତରୁଣି ଛାତିଙ୍କ ଘର ଖୁବ୍ ଦୁର୍ବଳ ହୋଇଯାଇଥିଲା । ଫଳରେ ସମସ୍ତେ ଖାଇପିଇ ଶୋଇଥିବା ସମୟରେ ହଠାତ୍ ଆଜେବେଷ୍ଟ ଭାଙ୍ଗି ଯାଇଥିଲା । ଏହାଦେଖି ପରିବାର ଲୋକେ ଚିତ୍କାର କରି ବାହାରକୁ ଦୌଡି ପଳାଇ ଆସିଥିଲେ । ସେମାନଙ୍କ ପାଟି ଶୁଣି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ତେବେ ସେହି ସମୟରେ ଘର ଭିତରେ ଦୁଇ ଜଣ ନାବାଳିକା ଓ ଜଣେ ମହିଳା ଥିଲେ । ଗାଁ ଲୋକେ ଭଙ୍ଗା ଘର ଭିତରରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ତରୁଣିଙ୍କ ବୃଦ୍ଧା ମାଆଙ୍କ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ରାୟଗଡା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି, CCTVରେ କଏଦ ହେଲା ଅପହରଣ ଦୃଶ୍ୟ

ଫଳରେ ଏକ ବଡ ଅଘଟଣରୁ ତରୁଣିଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲେ ଏବେ ଘର ଭାଙ୍ଗିବା ପରେ ସେମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ ଏବଂ କ'ଣ ଖାଇବେ ସେନେଇ ଚିନ୍ତାରେ ପଡିଛନ୍ତି । ଏହାସହିତ ଦୁର୍ଘଟଣାରେ ଆହତ ନିଜ ମାଆଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ମଧ୍ୟ ସେ ଅକ୍ଷମତା ପ୍ରକାଶ କରିଛନ୍ତି ।

ଏନେଇ ସାହାଯ୍ୟ ପାଇଁ ଦିନ ମଜୁରିଆ ଜଣକ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଖବର ପାଇ ରାଜସ୍ବ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଅସହାୟ ପରିବାରକୁ ରିଲିଫ ସାମଗ୍ରୀ ପ୍ରଦାନ କରିବା ସହ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ସୂଚନା ମିଳିଛି । ତେବେ କେବେ ଏହି ବାସହରା ପରିବାରକୁ ସରକାରୀ ସହୟତା ମିଳୁଛି, ତାହାକୁ ଅପେକ୍ଷା ।

ଇଟିଭି ଭାରତ, ରାୟଗଡା

Last Updated : Sep 24, 2022, 4:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.