ETV Bharat / state

ମାସେ ହେବ ମାତିଛନ୍ତି ହାତୀପଲ, ବନ ବିଭାଗକୁ ଦାୟୀ କଲେ ଗ୍ରାମବାସୀ - ଫସଲ ନଷ୍ଟ କରୁଛନ୍ତି ହାତୀ

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସୀମାନ୍ତରେ ଗତ ଏକ ମାସ ଧରି ମାତିଛନ୍ତି ହାତୀପଲ । ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

ମାସେ ହେବ ମାତିଛନ୍ତି ହାତୀପଲ, ବନ ବିଭାଗକୁ ଦାୟୀକଲେ ଗ୍ରାମବାସୀ

author img

By

Published : Feb 5, 2022, 8:32 PM IST

ରାୟଗଡ଼ା: ଜିଲ୍ଲା ପଦ୍ମପୁର ବ୍ଲକ ସୀମାନ୍ତରେ ଏବେ ହାତୀ ଆତଙ୍କ ଦେଖାଦେଇଛି । 6 ଜଣିଆ ହାତୀପଲ ନାରାୟଣପୁର ଜଙ୍ଗଲରେ ବୁଲୁ ଥିବାର ଦେଖିବାକୁ ମିଳିଛି । ଏହି ହାତୀ ପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଥିଲେ ମଧ୍ୟ ରାତି ହେଲେ ପାହାଡ଼ ଢ଼ାଲୁକୁ ଆସି ଆଦିବାସୀଙ୍କ ଏକର ଏକର ପାହାଡ଼ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ମାସେ ହେବ ମାତିଛନ୍ତି ହାତୀପଲ, ବନ ବିଭାଗକୁ ଦାୟୀକଲେ ଗ୍ରାମବାସୀ

ହରଡ଼, ଝୁଡଙ୍ଗ, କାଙ୍ଗୁ, ଖୋସଲା, ରାଶି, ଖମ୍ବଆଳୁ, କଦଳୀ ଭଳି ଚାଷ ଦଳି ଚକଟି ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ତାରାମାଳ ଗାଁର ମୋହନ ଚନ୍ଦ୍ର କଡ୍ରାକା । ଆଜକୁ ଏକ ମାସ ଧରି ଏହି ହାତୀପଲ ତାରାମାଳ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିଲେ ମଧ୍ୟ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ମୋହନ । ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତି ଠାରୁ ଦୂରେଇ ରଖିବା ପାଇଁ ଜଙ୍ଗଲ ବିଭାଗର ଜିଲ୍ଲାରେ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ରହିଥିଲେ ସୁଦ୍ଧା ବାରମ୍ବାର ଅଭିଯୋଗ ସତ୍ତ୍ବେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି ।

ଏହି 6 ଟିକିଆ ହାତୀ ପଲରେ 3 ଟି ବଡ ହାତୀ ଥିବାବେଳେ 3 ଟି ଛୁଆ ହାତୀ ରହିଛନ୍ତି । ଏମିତି ଗତ କିଛି ଦିନ ହେବ ପଦ୍ମପୁରରୁ ଗୁଣପୁର ସୀମାନ୍ତ ବନାଞ୍ଚଳରେ ଏହି ହାତୀପଲ ବୁଲି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । କେତେବେଳେ ନାଳକୁ ପାଣି ପିଇବା ପାଇଁ ଆସୁ ଥିବାବେଳେ ଆଉ କେତେବେଳେ ଗାଁ ନିକଟ ଜଙ୍ଗଲରେ ବୁଲୁ ଥିବାର ଦେଖିବାକୁ ପାଉଛନ୍ତି ଗ୍ରାମବାସୀ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.