ETV Bharat / state

ଗୁଣିଗାରେଡି ସନ୍ଦେହରେ ନାରକୀୟ କାଣ୍ଡ: ବାପାକୁ ପିଟିପିଟି ମାରିଦେଲେ, 2 ପୁଅ ଗୁରୁତର

author img

By

Published : Aug 4, 2022, 12:39 PM IST

Updated : Aug 4, 2022, 1:39 PM IST

ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା । ଜଣଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିଟିଗୁଡା ଗାଁରେ । ଅଧିକ ପଢନ୍ତୁ

ଗୁଣି ସନ୍ଦେହରେ ଜଣକୁ ହତ୍ୟା: ଅନ୍ୟ ଦୁଇ ଗୁରୁତର

ରାୟଗଡା: ହସଖୁସିର ପରିବାରକୁ ଉଜାଡି ଦେଲା ଗୁଣିଗାରେଡି ସନ୍ଦେହ (An elderly person was beaten to death by villagers at Titiguda village) । ଜଣଙ୍କୁ ପିଟିପିଟି ମାରିବାକୁ ପଛାଇଲେନି ଗାଁ ଲୋକେ । ଲୋକଙ୍କ ମାଡରେ 2 ପୁଅ ଗୁରୁତର ହୋଇଛନ୍ତି । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିଟିଗୁଡା ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁଣିଗାରେଡି ସନ୍ଦେହରେ ନାରକୀୟ କାଣ୍ଡ: ବାପାକୁ ପିଟିପିଟି ମାରିଦେଲେ, 2 ପୁଅ ଗୁରୁତର

କଣ ଥିଲା ପୁରା ଘଟଣା ?

ଟିଟିଗୁଡା ଗାଁରେ ଦଇ ମାଝି ନିଜ ପରିବାର ରୁହନ୍ତି । ବୁଧବାର ରାତିରେ ଶୋଇଥିବା ବେଳେ ଗାଁର କିଛି ଲୋକ ଗୁଣିଗାରେଡ଼ି କରି ଲୋକଙ୍କୁ ମାରି ଦେଉଛୁ କହି ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ ଦଇ ମାଝିଙ୍କୁ । ଗାଁ ଲୋକ ଏକାଠି ହୋଇ ବିଳମ୍ବିତ ରାତିରେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧିଦେଇ ନିର୍ଦ୍ଧୁମ ପିଟିଥିଲେ। ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ଓ ଲାଲୁ ଖସି ପଳାଇଥିଲେ ।

କିନ୍ତୁ ଦଇ ମାଝି ଖସି ନ ପରିବାରୁ ତାଙ୍କୁ ପିଟିପିଟି ଗାଁଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଦଇଙ୍କ ପରିବାର ଲୋକେ ଟିକିରି ପୋଲିସକୁ ସୂଚନା ଦେବା ପାଇଁ ଚେଷ୍ଟା କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜଣକୁ ଅଟକ ରଖି ପଚରାଉଚରା କରୁଛି ବୋଲି ଏସଡିପିଓ ଦିବ୍ୟଜ୍ୟୋତି ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ଦୁଇ ପୁଅ ଟିକିରି ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପୂର୍ବରୁ ଗାଁରେ ଗୁଣିଗାରେଡି ନେଇ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ରାୟଗଡା

Last Updated : Aug 4, 2022, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.