ରାୟଗଡା: ସିଭିଲ୍ କୋର୍ଟ ପରିସରରେ ଉଦଘାଟିତ ହେଲା ଇ-ସେବା କେନ୍ଦ୍ର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସେବା କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହି ଇ-ସେବା କେନ୍ଦ୍ର ଆରମ୍ଭ ହେବା ପରେ ଲୋକେ ମାଗଣାରେ ଆଇନସେବା ପାଇପାରିବେ ବୋଲି କୁହାଯାଇଛି । ସେହିପରି ମକଦ୍ଦମାର ସ୍ଥିତି, ପରବର୍ତ୍ତୀ ଶୁଣାଣି ତାରିଖ ଏବଂ ଅନ୍ୟ ତଥ୍ୟ ପାଇପାରିବେ । ଏପରିକି ସାର୍ଟିଫିକେଟ କପି, ଇ-ପେମେଣ୍ଟ କରିବାର ସହାୟତା, ଜେଲରେ ବନ୍ଦଥିବା କଏଦୀଙ୍କ ସହ ଇ-ମୁଲାକାତ ସାକ୍ଷାତ ଓ ନ୍ୟାୟାଳୟର ରାୟ ଓ ଆଦେଶ ଗୁଡିକ ଇ-ମେଲ ହ୍ବାଟସଆପ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ମିଳିପାରିବ ବୋଲି କୁହାଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଜର୍ଜ ଚିତ୍ତରଂଜନ ଦାସ, ପୋସ୍କୋ ଜର୍ଜ ତ୍ରିରଂଜନ ପାତ୍ର, ପାରିବାରିକ ଅଦାଲତର ଜର୍ଜ ଆଶିଷ ପାତ୍ର ପ୍ରମୁଖଙ୍କ ସମେତ କୋର୍ଟର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ