ETV Bharat / state

କୋଭିଡ ସ୍ଥିତିକୁ ନେଇ ଆକ୍ସନ ମୁଡରେ ରାୟଗଡା ପ୍ରଶାସନ

author img

By

Published : May 1, 2021, 7:08 AM IST

କୋରୋନା ପ୍ରକୋପକୁ ରୋକିବା ପାଇଁ କ୍ରମାଗତ ଚେଷ୍ଟା ଚଳାଇଛନ୍ତି ରାୟଗଡାର ପ୍ରଶାସନ । ସହରରେ ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ଲାଗୁ ହୋଇଛି ।

କୋଭିଡ ସ୍ଥିତିକୁ ନେଇ ଆକ୍ସନ ମୁଡରେ ରାୟଗଡା ପ୍ରଶାସନ
କୋଭିଡ ସ୍ଥିତିକୁ ନେଇ ଆକ୍ସନ ମୁଡରେ ରାୟଗଡା ପ୍ରଶାସନ

ରାୟଗଡା: ସହରରେ ଅବସ୍ଥା ଦିନକୁ ଦିନ ସଙ୍ଗୀନ ହେଲାଣି । ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଓ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ ହେବାରେ ଲାଗିଛି। ଜିଲ୍ଲାର ତହସିଲଦାର, ପୌର ଅଧିକାରୀ, ପୋଲିସ ମିଳିତ ଭାବେ ସହର ମୁଖ୍ୟ ବଜାରରେ ବିଭିନ୍ନ ଦୋକାନ ଯାଞ୍ଚ କରି କୋଭିଡ କଟକଣା ନିୟମ ଉଲ୍ଲଙ୍ଘନ କରିଥିବା ଚାରୋଟି ଦୋକାନରୁ ଜୋରିମାନା ଆଦାୟ କରିଥିବା ବେଳେ ଏକ ମୋବାଇଲ ଦୋକାନକୁ ସିଲ୍ କରିଛନ୍ତି।

କୋଭିଡ ସ୍ଥିତିକୁ ନେଇ ଆକ୍ସନ ମୁଡରେ ପ୍ରଶାସନ

ଏପରି ଅମାନିଆ ମାନଙ୍କୁ ସାବାଡ କରିବା ନିମନ୍ତେ ଆଗକୁ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବା ନେଇ ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା ସୂଚନା ଦେଇଛନ୍ତି । ସେପଟେ ରାୟଗଡା ସହରରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ବଢ଼ିବାରେ ଲାଗିଛି । କୋରୋନାର ଦ୍ଵିତୀୟ ଲହରର ଆଜି ସୁଦ୍ଧା ସହରରେ ମୋଟ 14 କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇସାରିଛି।

କଣ୍ଟେନମେଣ୍ଟ ଜୋନ୍ ଗୁଡିକୁ ପ୍ରଶାସନ ତରଫରୁ ସ୍ଥିତି ଅନୁଧ୍ୟାନ ସହ ସଚେତନ କରିବାକୁ ପ୍ରଶାସନର ଘନ ଘନ ଗ୍ରସ୍ତ ଲାଗି ରହିଛି । ଶୁକ୍ରବାର ପ୍ରଶାସନ ତରଫରୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ୟସୀମ ଅହମ୍ମଦ ସହରର ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳକୁ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.