ETV Bharat / state

ଘରକୁ ଘର ବୁଲି ଡଙ୍ଗରିଆ କନ୍ଧଙ୍କୁ ଦିଆଯାଉଛି ଟିକା - niyamagiri vaccination

କୋରୋନା ଦ୍ବିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି ନିୟମଗିରିର ବହୁସଂଖ୍ୟକ ଆଦିମ ଜନଜାତି । ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସେମାନଙ୍କ ଘରକୁ ଘରୁ ବୁଲି କରାଯାଉଛି ଟୀକାକରଣ । ଅଧିକ ପଢନ୍ତୁ...

ଘରକୁ ଘର ବୁଲି ଡଙ୍ଗରିଆ କନ୍ଧଙ୍କୁ ଦିଆଯାଉଛି ଟିକା

author img

By

Published : Jun 12, 2021, 2:23 PM IST

ରାୟଗଡା: କୋରୋନାର ପ୍ରଥମ ଲହର ରାୟଗଡା ନିୟମଗିରିକୁ ଛୁଇଁ ପାରି ନଥିବାବେଳେ ଦ୍ବିତୀୟ ଲହର ବେଶ୍ ପ୍ରଭାବିତ କରିଛି ଏଠାକାର ଆଦିମ ଜନଜାତିଙ୍କୁ । ଏହି ଅଞ୍ଚଳର ବହୁସଂଖ୍ୟକ ଡଙ୍ଗରିଆ କନ୍ଧ ଏବେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଡଙ୍ଗରିଆ କନ୍ଧକୁ ଟୀକାକରଣ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି । ଏହି ଜନଜାତି ଟିକା କେନ୍ଦ୍ରକୁ ଆସୁନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସେମାନଙ୍କ ଘର ଘର ବୁଲି ବୁଝାଇ ସୁଝାଇ ଟିକା ଦିଆଯାଉଛି ।

ଘରକୁ ଘର ବୁଲି ଡଙ୍ଗରିଆ କନ୍ଧଙ୍କୁ ଦିଆଯାଉଛି ଟିକା

ଉକ୍ତ ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଅଫଲାଇନ ଯୋଗେ ଜାରି ରହିଛି ଟୀକାକାରଣ । ଯଦିଓ ଟିକା ନେବା ପାଇଁ ଡଙ୍ଗରିଆ ଭୟ କରୁଛନ୍ତି ତଥାପି ସମସ୍ତଙ୍କୁ ସଚେତନ କରି ଟୀକାକରଣରେ ସାମିଲ କରାଯାଉଛି ।

କୁର୍ଲି ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ କିଭଳି କୋରୋନା ନ ବ୍ୟାପିବ ସେଥିପ୍ରତି ଅଧିକ ଧ୍ୟାନ ଦେଇ ଅଫଲାଇନ ଟୀକାକରଣ ଜାରି ରଖାଯାଇଥିବା ବେଳେ ଅତିଶୀଘ୍ର ସମସ୍ତ ଡଙ୍ଗାରିଆଙ୍କୁ ଟୀକାକରଣ କରାଯିବ ବୋଲି କହିଛନ୍ତି ଓପିଲିପି ପ୍ରକଳ୍ପ ପ୍ରଶାସକ ସୁଦର୍ଶନ ପାଢ଼ୀ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.