ETV Bharat / state

ନିୟମଗିରିର ନିୟମ ପାଲଟିଛି ସଶକ୍ତିକରଣ ମନ୍ତ୍ର ! ହାତବୁଣା ସାଲ ପରେ ଡଙ୍ଗରିଆ ମାସ୍କ୍ - rayagdha news

ମାଟିମୂଲକର ମହକ ଠାରୁ ବଣ ପାହାଡରେ ଭାସି ଉଠେ ଡଙ୍ଗରିଆଙ୍କ ନିରୀହ ଓ ନିରବ ଅଭିବାଦନ। ଆମକୁ ଆତ୍ମନିର୍ଭରଶୀଳ ଓ ସଶକ୍ତ ହେଵାକୁ ହେବ। ଆଧୁନିକତା ଏମାନଙ୍କ ଠାରୁ ବେଶୀ ଦୂରରେ ନାହିଁ କିନ୍ତୁ ଆତ୍ମନିର୍ଭରଶୀଳତାର ଦୋଛକିରେ ଛିଡା ହୋଇଥିବା ଏ ଜନଜାତି ସ୍ବାବଲମ୍ବୀ ହେବାକୁ କରି ଆସୁଛିନ୍ତି କସରତ୍। ବାନ୍ଧକଳାର ପ୍ରାଚୀନ ତଥା କୌଳିକ ଆତ୍ମନିର୍ଭରଶୀଳତା ଓ ଉତ୍ପାଦନ ଯଦିଓ କ୍ରମଶଃ ବନ୍ଦ ହେଵାକୁ ବସିଥିଲା-ଏବେ ମହାମାରୀର ମହାଯୁଦ୍ଧରେ ପୁଣି ମୁଣ୍ଡ ଟେକିଛି ଏହାର ପ୍ରସ୍ତୁତି। ଅଧିକ ଖବର ପଢନ୍ତୁ...

ନିୟମଗିରିର ନିୟମ ପାଲଟିଛି ସଶକ୍ତିକରଣ ମନ୍ତ୍ର ! ହାତବୁଣା ସାଲ ପରେ ଡଙ୍ଗରିଆ ମାସ୍କ୍

author img

By

Published : May 26, 2020, 7:44 PM IST

Updated : May 26, 2020, 8:45 PM IST

ରାୟଗଡା: ଵାନ୍ଧକଳାର ପ୍ରାଚୀନ ତଥା କୌଳିକ ଆତ୍ମନିର୍ଭରଶୀଳତା ଓ ଉତ୍ପାଦନ ଯଦିଓ କ୍ରମଶଃ ବନ୍ଦ ହେଵାକୁ ବସିଥିଲା-ଏଵେ ମୁଣ୍ଡ ଟେକିଛି ପ୍ରଵୃତ୍ତି, ପ୍ରସ୍ତୁତି ଆଉ ପ୍ରକୃତି। ସତେ ଯେମିତି ଭୂସ୍ବର୍ଗ ସଦୃଶ୍ୟ ରାୟଗଡାର ନିୟମଗିରିର ନିୟମ ପାଲଟିଛି, ସଶକ୍ତିକରଣ ମନ୍ତ୍ର। କୋରୋନା ପରି ମହାମାରୀର ପ୍ରତିରକ୍ଷା କବଚ ତଥା ମାସ୍କ୍ ପ୍ରସ୍ତୁତ କରି ଏହି ଡଙ୍ଗରିଆ ସମ୍ପ୍ରଦାୟ ସଶକ୍ତ ହେଵା ସହିତ ସଚେତନତାର ବାର୍ତ୍ତାଵହ ପାଲଟିଛନ୍ତି। ହାତତିଆରି ଏମ୍ଵ୍ରୋଡୋରି ମାସ୍କରେ ଏହି ଜନଜାତିର ସଂଘର୍ଷ, କଳା-ସଂସ୍କୃତିର ଝଲକ ରହିଛି। କେବଳ ଯେ ମହାମାରୀ ସଚେତନତା ବା ପ୍ରତିରକ୍ଷା ପାଇଁ ଏମାନେ ଅଣ୍ଟା ଭିଡିଛନ୍ତି, ତାହା ନୁହେଁ ବରଂ ଏକ ସମ୍ପ୍ରଦାୟର ବର୍ତ୍ତମାନ ସତ୍ତା ଏଵଂ ଭଵିଷ୍ୟତ ଦାୟଦର ଅର୍ଥନୈତିକ ସୁଦୃଢତା କ୍ଷେତ୍ରରେ ଠିଆ କରିଛନ୍ତି- ଆତ୍ମନିର୍ଭରଶୀଳତାର ଇମାରତ !

ନିୟମଗିରିର ନିୟମ ପାଲଟିଛି ସଶକ୍ତିକରଣ ମନ୍ତ୍ର ! ହାତବୁଣା ସାଲ ପରେ ଡଙ୍ଗରିଆ ମାସ୍କ୍

ବଦଳୁଛି ଡଙ୍ଗରିଆଙ୍କ ଅଭିଯୋଗ। ପରିବର୍ତ୍ତନ ହେଉଛି ଜୀବନ-ଜୀବିକାର ଅଭିନଵ ମାର୍ଗ। କେଵେ ନିଜ ମାଟିର ଉତ୍ପାଦ ପାଇଁ ସାରା ଦୁନିଆରେ ଚର୍ଚ୍ଚିତ ଉଦାହରଣ ହେଵାର ମଜଭୂତ୍ ଅଭିପ୍ରାୟ ରଖୁଛନ୍ତି ତ କେତେଵେଳେ ନିଜ ଜନଜାତି ମୂଳଦୁଆର କଂକ୍ରିଟକୁ କରୁଛନ୍ତି ଆହୁରି ସୁଦୃଢ। ଜାତୀୟ ତଥା ଆର୍ନ୍ତଜାତିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳର ଡଙ୍ଗରିଆ ଆଦିବାସୀଙ୍କ ହାତବୁଣା ଶାଲ (କାପାଡ଼ାଗୁନ୍ଦା) ପରେ ଏବେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ବାନ୍ଧକଳାର ମାସ୍କ ମନ କିଣୁଛି ।

କୋରୋନା ପରେ ଲକ୍-ଡାଉନ ବେଳେ ଡଙ୍ଗରିଆ ଆଦିବାସୀଙ୍କୁ କାମଧନ୍ଦା ଯୋଗାଇବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ଏମ୍ବ୍ରୋଡୋରୀ ମାସ୍କକୁ ବଜାରୀକରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଅନୁସୂଚିତ ଜାତି ଉନ୍ନୟନ ବିଭାଗ । ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଟିଡିସିସି ଦ୍ୱାରା ଡଙ୍ଗରିଆଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଡଙ୍ଗରିଆଙ୍କୁ ମାସ୍କ ତିଆରି କପଡା ସାଙ୍ଗକୁ ସୂତା, ଛୁଞ୍ଚି ସହ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦେଇ ସେମାନଙ୍କୁ ତାଲିମ ଦେଵା ସହ ମାସ୍କ ତିଆରି ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବିଷମକଟକ ବ୍ଲକ କୁର୍ଲୀ ପଂଚାୟତର ଖମ୍ବେସୀ, ହୁଣ୍ଡିଝାଲି, ଖଜୁରୀ ପ୍ରଭୃତି ଗ୍ରାମର ୨୦୦ ପରିବାର ମାସ୍କ ବୁଣାରେ ଲାଗି ପଡିଛନ୍ତି । ପ୍ରତ୍ୟେକ ମାସ୍କ ପିଛା ୫୦ ଟଙ୍କା ଲେଖାଏଁ ପାରିଶ୍ରମିକ ପାଉଛନ୍ତି । ତେବେ ଲକ୍-ଡାଉନ ବେଳେ ହାତରେ କାମଧନ୍ଦା ନଥିବା ବେଳେ ସରକାରଙ୍କ ମାସ୍କ ତିଆରି ଭଳି ପ୍ରୟାସ ସେମାନଙ୍କୁ ରୋଜଗାର ଯୋଗାଉଥିବା ଜଣେ ହିତାଧିକାରୀ କହିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 26, 2020, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.