ETV Bharat / state

କୋରୋନା କଟକଣା କୋହଳ ପରେ ଖୋଲିଲା ମା' ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି

author img

By

Published : Oct 8, 2020, 12:20 PM IST

ମା' ମଝିଘରିଆଣିଙ୍କର ଦାନ ହୁଣ୍ଡି ବର୍ଷକୁ 4 ଥର ଖୋଲୁଥିବାବେଳେ, ଚଳିତବର୍ଷ କୋରୋନା କାରଣରୁ ମାତ୍ର ଥରୁଟିଏ ଖୋଲିଛି। ଅଧିକ ପଢନ୍ତୁ...

କୋରୋନା କଟକଣା କୋହୋଳ ପରେ ମା' ମଝିଘରିଆଣି ମନ୍ଦିରରେ ଖୋଲିଲା ଦାନ ହୁଣ୍ଡି

ରାୟଗଡା: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣିଙ୍କ ଚଳିତ ବର୍ଷର ପ୍ରଥମଥର ପାଇଁ ହୁଣ୍ଡି ଖୋଲାଯାଇଛି । କୋରୋନା କଟକଣା ଯୋଗୁଁ ମା'ଙ୍କ ଦାନ ହୁଣ୍ଡି ଖୋଲାଯାଇ ପାରୁନଥିଲା । ବୁଧବାର କଡା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି । ପ୍ରତିଥର ୧୫୦ ସ୍ବେଚ୍ଛାସେବୀ ଟଙ୍କା ଗଣିବା ପାଇଁ ନିୟୋଜିତ ହେଉଥିବା ବେଳେ, ଚଳିତଥର କୋଭିଡ ନିୟମ ମୁତାବକ ମାତ୍ର ୫୦ ଜଣ ସ୍ବେଚ୍ଛାସେବୀଙ୍କୁ ହୁଣ୍ଡିରୁ ଟଙ୍କା ଗଣତି କରାଯାଇଛି।

ଚଳିତ ଥର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ବ ସହ ଏହି ବ୍ୟାଙ୍କରେ ଟଙ୍କା ଜମା ରଖାଯାଇଛି। ତେବେ ଏହି ଟଙ୍କା ଗଣନାରେ ଅନ୍ୟମାନଙ୍କ ମଧ୍ୟରେ ଭେଙ୍କଟେଶର ମନ୍ଦିର କମିଟି ରାୟଗା ଏବଂ ଜେକେ ପୁର ସଦସ୍ୟ, ସତ୍ୟ ସାଇ ସେବା ସମିତି, ମଝିଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ରଛାତ୍ରୀ ମଧ୍ୟ ଟଙ୍କା ଗଣିବାରେ ସହାୟତା କରିଛନ୍ତି।

ତେବେ ଚଳିତବର୍ଷ ଖୋଲାଯାଇଥିବା ହୁଣ୍ଡିରୁ 66 ଲକ୍ଷ 97 ହଜାର 550 ଟଙ୍କା, 24 ଗ୍ରାମ ସୁନା ଓ 3 କେଜି 400 ଗ୍ରାମର ରୂପା ମିଳିଛି । ହୁଣ୍ଡିରୁ କିଛି ବିଦେଶୀ ମୂଦ୍ରା ମଧ୍ୟ ମିଳିଥିବା ସୂଚନା ରହିଛି।

ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଶେଷ ଥର ପାଇଁ ହୁଣ୍ଡି ଖୋଲିବା ପରେ ସେଥିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମ ରୁପା ଅଳଙ୍କାର ବାହାରିଥିଲା। ଏହା ସହିତ ୨୭ଟି ପୁରୁଣା ହଜାରଟଙ୍କିଆ ନୋଟ ସହ ୪୩ ଟି ୫୦୦ ଟଙ୍କିଆ ନୋଟ ମିଳିଥିଲା। ଏହା ସହିତ ମୋଟ ୪୮୫୦୦ ଟଙ୍କାର ପୁରୁଣା ନୋଟ ମଧ୍ୟ ମିଳିଥଲା। ସେହିଭଳି ଗତବର୍ଷ ୧୦ ଜୁନରେ ଏହି ହୁଣ୍ଡିରୁ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ସହ ସୁନା ଏବଂ ରୁପା ମିଳିଥିଲା । ତେବେ ପ୍ରତି ୩ ମାସରେ ଥରେ ମନ୍ଦିରର ହୁଣ୍ଡି ଖୋଲାଯାଉ ଥିବା ବେଳେ ଚଳିତବର୍ଷ ମହାମାରି କୋରୋନା କଟକଣା ଯୋଗୁଁ ୨୦୨୦ର ପ୍ରଥମ ହୁଣ୍ଡି ଖୋଲାଯାଇଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା ।

ତେବେ ଆନ୍ଧ୍ର ଛତିଶଗଡ ଓ ଓଡିଶାର ବହୁ ଭକ୍ତ ମା'ଙ୍କ ଆଶୀର୍ବାଦ ପାଇ ମନସ୍କାମନା ପୁରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି ଯାହା ବାର୍ଷିକ ୪ କୋଟିରୁ ଅଧିକା ଟଙ୍କା ମିଳିଥାଏ। ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ପୂଜା ରୀତିନିତୀ, ମନ୍ଦିର ଉନ୍ନୟନ ତଥା କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.