ETV Bharat / state

କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

author img

By

Published : May 1, 2021, 7:35 AM IST

ରାୟଗଡା କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବାରୁ ଜିଲ୍ଲାପାଳ ରୋଗୀ ଓ ଚିକିତ୍ସକଙ୍କ ସମସ୍ୟା ସଂକ୍ରାନ୍ତରେ ଜାଣିବା ପାଇଁ ଅଚାନକ୍ ଚିକିତ୍ସାଳୟକୁ ଗସ୍ତ କରିଥିଲେ । ଅଧିକ ପଢନ୍ତୁ...

କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ରାୟଗଡା: କୋରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜିଲ୍ଲାରେ ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରୀ ବ୍ୟାପକ ରୂପ ଧାରଣ କରିବା ସହ ସଂକ୍ରମିତଙ୍କ ସଂଖ୍ୟା ଅନୁରୂପ ବେଗରେ ବଢିଚାଲିଛି । ଶୁକ୍ରବାର ଜିଲ୍ଲାରୁ ପୁଣି ୧୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପ୍ରତିହତ କରିବା ସକାଶେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନ ପର୍ଯ୍ୟାୟକ୍ରମେ ଜିଲ୍ଲାରେ କଟକଣା ଜାରି କରିଛନ୍ତି ।

ସହରାଞ୍ଚଳରେ ଦୋକାନ ଖୋଲିବା ନେଇ କଟକଣା ଲାଗୁ ହୋଇଥିବାବେଳେ ଶୁକ୍ରବାର ସାପ୍ତାହିକ ହାଟ ଉପରେ କଟକଣା ଜାରି କରାଯାଇଛି । ଜିଲ୍ଲାପାଳଙ୍କ ପରବର୍ତ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ଯାଏଁ ସାପ୍ତାହିକ ହାଟ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପକ୍ଷେ ଆକ୍ରାନ୍ତ ଜେକେପୁରସ୍ଥିତ କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବାରୁ ଜିଲ୍ଲାପାଳ ରୋଗୀ ଓ ଚିକିତ୍ସକଙ୍କ ସମସ୍ୟା ସଂକ୍ରାନ୍ତରେ ଜାଣିବା ପାଇଁ ଅଚାନକ୍ ଚିକିତ୍ସାଳୟକୁ ଗସ୍ତ କରିଥିଲେ ।

ଚିକିତ୍ସାଳୟରେ ପହଞ୍ଚି ପିପିଇ କିଟ ପରିଧାନ ପରେ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ରୋଗୀଙ୍କ ଚିକିତ୍ସା ସମ୍ବନ୍ଧିୟ ସମସ୍ୟା ପଚାରି ବୁଝିବା ସହିତ ଚିକିତ୍ସକ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ତେବେ କୋଭିଡ ଚିକିତ୍ସାଳୟରେ ସମସ୍ତ ଚିକିତ୍ସା ସୁବିଧା ରୋଗୀଙ୍କୁ ମିଳୁଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି । ଅନ୍ୟପଟେ ଶୁକ୍ରବାର ୧୫୧ଜଣ କୋରୋନା ରୋଗୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ରାୟଗଡା ସହରାଞ୍ଚଳରୁ ସର୍ବାଧିକ ୩୭, ଗୁଣୁପୁର ସହରାଞ୍ଚଳରୁ ୩୨, ରାୟଗଡା ଗ୍ରାମାଞ୍ଚଳରୁ ୧୩, ବିଷମକଟକରୁ ୧୮, କାଶିପୁରରୁ ୧୦, ମୁନିଗୁଡାରୁ ୧୯, ରାମ୍ନାଗୁଡାରୁ ୯, ରାୟଗଡା ଗ୍ରାମାଞ୍ଚଲରୁ ୬, ଗୁଣୁପୁର ଗ୍ରାମାଞ୍ଚଳରୁ ୧୩, ପଦ୍ମପୁରରୁ ୪, ଗୁଡାରୀରୁ ୨ ଓ କୋଲନରାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉପରୋକ୍ତ ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାରେ ଏବେ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୩୨ରେ ପହଞ୍ଚିଛି । ତେବେ ମହାମାରୀ ୫୬ଜଣ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ହୋଇଥିବାବେଳେ ୯୦୮୮ଜଣ କୋରୋନାରୁ ସୁସ୍ଥ ହୋଇଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.