ETV Bharat / state

ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, କ୍ଷମା ମାଗିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ - ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

disability union stages dharna in rayagada
ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘର ବିକ୍ଷୋଭ ପ୍ରଦର୍ଶନ
author img

By

Published : May 17, 2023, 6:30 AM IST

ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘର ବିକ୍ଷୋଭ ପ୍ରଦର୍ଶନ

ରାୟଗଡ଼ା: ଦିବ୍ୟାଙ୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନହେବେ, ସେନେଇ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବା ଉଦ୍ଦେଶ୍ୟରେ ବ୍ୟବସ୍ଥା କରାଯାଇଛି । କିନ୍ତୁ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗୀୟ କାର୍ଯ୍ୟାଳୟକୁ ନିଜ ସମସ୍ୟା ନେଇ ଗଲେ ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଠାରେ ମା' କୁଳବନ୍ଧୁ କଲୋନରା ଭିନ୍ନକ୍ଷମ ମହାସଂଘ ପାଇଁ ଆପତ୍ତି ଅଭିଯୋଗ ପ୍ରମାଣ ପତ୍ର (NOC) ଆବଶ୍ୟକ ପଡିଥିବା ବେଳେ କିଛି ଦିବ୍ୟାଙ୍ଗ ଏଥି ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଯାଇଥିଲେ । ସେଠାରେ ବିଭାଗୀୟ ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଏବଂ ପ୍ରସାଦ ବାବୁ ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ସଭାପତି ରାକେଶ ହିମିରିକାଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୀର୍ଘ ସମୟ ଧରି ଧାରଣ ଦେଇଥିଲେ ।

ଘଟଣାସ୍ଥଳରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଦୁର୍ବ୍ୟବହାର କରିଥିବା ଅଧିକାରୀମାନେ ଭୁଲ ନମାଗିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଦାବି କରିଥିଲେ । ଏନେଇ ଜିଲ୍ଲା ଭିନ୍ନକ୍ଷମ ମହାସଂଘ ସମ୍ପାଦକ କହିଛନ୍ତି, " ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟକୁ ବିଭିନ୍ନ ସମୟରେ କିଛି କାମ ପାଇଁ ଆସିଲେ ବିଭାଗୀୟ ଅଧିକାରୀ ଏବଂ କିରାଣୀଙ୍କ ଦୁର୍ବ୍ୟବହାର ଶିକାର ହେବାକୁ ପଡୁଛି । ବାରମ୍ବାର ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବନାହିଁ । ତେଣୁ ଯେଉଁମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ସେମାନେ ଆସି କ୍ଷମା ମାଗନ୍ତୁ ।" ଦୀର୍ଘ ସମୟ ଧରି ବୁଝାସୁଝା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ଏବଂ ବିଭାଗୀୟ କର୍ମଚାରୀ ପ୍ରସାଦ ବାବୁ ଆସି ଆଗକୁ ଏଭଳି ଆଉ ହେବ ନାହିଁ ବୋଲି କହିବା ପରେ ଭିନ୍ନକ୍ଷମ ମହାସଂଘର କର୍ମକର୍ତ୍ତାମାନେ ଧାରଣାରୁ ଉଠିଥିଲେ ।

ଇଟିିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.