ରାୟଗଡା: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗର ଚେତା ପଶିଛି । କଲ୍ୟାଣସିଂହପୁର ବ୍ଲକ ମହକୁମା ଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ପୋଲ ଦବିବା ନେଇ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ନିମ୍ନମାନର କାମକୁ ନେଇ ସ୍ଥାନୀୟଲୋକେ ବାରମ୍ବାର ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ ପରେ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ହେଲେ ଏନେଇ ଖବର ପ୍ରସାରଣ ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ନିର୍ମାଣ ହୋଇଥିବା ନାଗାବଳୀ ସେତୁର ଅନୁଧ୍ୟାନ କରି ସମ୍ପୂର୍ଣ୍ଣ ଆପ୍ରୋଚ ରୋଡରୁ ମାଟି ବାହାର କରି ନୂତନ ଭାବେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମ ସବୁବେଳେ ଲୋକମାନଙ୍କ ସୁବିଧା ଅସୁବିଧାକୁ ସରକାର ନିକଟରେ ପହଞ୍ଚାଇଥାଏ । ଖବର ପ୍ରକାଶ ପରେ ପ୍ରଶାସନର ଏହାର ସମାଧାନ ଦିଗରେ କାର୍ଯ୍ୟ କରିଥାଏ । ତେବେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଠାରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ସଦର ମହକୁମାର ପ୍ରବେଶ ପଥରେ ନୂତନ ଭାବେ ନିର୍ମାଣ ହୋଇଥିବା ନାଗାବଳୀ ବ୍ରିଜ ଧସିବାକୁ ବସିଥିବାବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିଲେ। ହେଲେ ନବନିର୍ମିତ ପୋଲ ଦବିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ..ମରଣଯନ୍ତା ପାଲଟିଛି ପଳାଶୁଣୀ-ହାଇଟେକ ଛକ ରାସ୍ତା, ମରାମତି ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ
ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକଠାରେ ନାଗାବଳୀ ନଦୀ ଉପରେ ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏକ ପୋଲ ଦବି ଯାଇଥିଲା । ତେବେ ପୋଲର ସ୍ଥାୟୀତ୍ବ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଛି । ପୂର୍ତ୍ତ ବିଭାଗ ତରଫରୁ ପୁନର୍ବାର କାମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
ଏହି ରାଜ୍ୟ ରାଜପଥ କଲ୍ୟାଣସିଂହପୁର ଠାରୁ ରାୟଗଡାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା । ଏହି ପୋଲ ଦେଇ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟତ କରୁଥିବାବେଳେ ସହ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ବିପଦଶଙ୍କୁଳ ଅବସ୍ଥାରେ ଯିବା ଆସିବା କରିଥାନ୍ତି । ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛନ୍ତି । ସେପଟେ ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇବା ଘଟଣାକୁ ନେଇ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ,ରାୟଗଡା