ETV Bharat / state

ଅବହେଳିତ ପାତାଳେଶ୍ୱର, ବିକାଶ ହେଲେ ବଢିବ ପର୍ଯ୍ୟଟକଙ୍କ ସଂଖ୍ୟା - ମନ୍ଦିର ନିକଟରେ ପାର୍କ ନିର୍ମାଣ ପାଇଁ ଦାବି

ନିୟମଗିରି ପାହାଡ ପାଦ ଦେଶରେ ଥିବା ପାତାଳେଶ୍ୱର ମନ୍ଦିର କେବଳ ମନ୍ଦିର ନୁହଁ ବରଂ ରାୟଗଡା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଅନ୍ୟତମ । ହେଲେ ଏହାର ବିକାଶ ପର୍ଯ୍ୟଟକଙ୍କ ପାଇଁ ସାତ ସପନ ପାଲଟିଛି । ଅଧିକ ପଢନ୍ତୁ...

ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାର୍କ ନିର୍ମାଣ ପାଇଁ ଦାବି

author img

By

Published : Oct 9, 2021, 9:45 PM IST

ରାୟଗଡା: ନିୟମଗିରି ପାହାଡ ପାଦ ଦେଶରେ ଥିବା ପାତାଳେଶ୍ୱର ମନ୍ଦିର କେବଳ ମନ୍ଦିର ନୁହଁ ବରଂ ରାୟଗଡା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ । ହେଲେ ଏହାର ବିକାଶ ପର୍ଯ୍ୟଟକଙ୍କ ପାଇଁ ସାତ ସପନ ପାଲଟିଛି । ନିୟମଗିରି ପାହାଡର ପାଦ ଦେଶରେ ରହିଥିବା ଦର୍ଶନୀୟ ସ୍ଥାନ ପାତାଳେଶ୍ୱର ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ଏଠାରେ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ସହ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।

ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାର୍କ ନିର୍ମାଣ ପାଇଁ ଦାବି

ଗୋଟିଏ ପଟେ ମନ୍ଦିର ଦେଇ ବହିଯାଉଥିବା ଜଳପ୍ରପାତ ସାଙ୍ଗକୁ ନିୟମଗିରିର ଶୋଭାରାଜି ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥିବାବେଳେ ଏହି ଅଞ୍ଚଳର ସାମଗ୍ରିକ ବିକାଶ ଏଯାଏଁ ହୋଇପାରିନାହିଁ । ଏହି ସ୍ଥାନରେ ଦେବଦେବ ମହାଦେବ ପାତାଳେଶ୍ୱର ହଜାର ହଜାର ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି, ଏହି ମନ୍ଦିର ବହୁ ପୁରାତନ କାଳରୁ ନିର୍ମାଣ ହୋଇଥିବା ଇତିହାସ କହେ ।

କିନ୍ତୁ, ଦୁର୍ଭାଗ୍ୟର କଥା ଜିଲ୍ଲାର ଏହା ଏକ ପ୍ରମୁଖ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ସ୍ଥାନଟି । ଏହି ସ୍ଥାନକୁ ପ୍ରକୃତିର ଉପହାର କହିଲେ କିଛି ଭୁଲ ହେବ ନାହିଁ । ଏହି ସ୍ଥାନରେ ଏକ ପାର୍କ ନିର୍ମାଣ କରିବା ସହ ପର୍ଯ୍ୟଟକଙ୍କ ରାତ୍ରି ରହଣି ନିମନ୍ତେ ପାନ୍ଥନିବାସ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.