ETV Bharat / state

ଶାଶୁର ମୃତଦେହ ରଖି ବୋହୂର ଧାରଣା, ପୋଲିସର ହସ୍ତକ୍ଷେପ ପରେ ଦାହ ସଂସ୍କାର - woman protest on land corruption case at rayagada

ଶାଶୁଙ୍କ ମୃତଦେହ ରଖି ବୋହୂର ଧାରଣା । ଶାଶୁଙ୍କ ସମ୍ପତ୍ତି ହଡପ କରି ନେଇଯାଇଥିବା ଲୋକର ଗୋଦାମ ଆଗରେ ବିଧବା ବୋହୂର ଧାରଣା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗାଁ ସଡକରେ ଦେଖିବାକୁ ମଳିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ

ଶାଶୁର ମୃତଦେହ ରଖି ବୋହୁର ଧାରଣା
ଶାଶୁର ମୃତଦେହ ରଖି ବୋହୁର ଧାରଣା
author img

By

Published : Apr 28, 2022, 10:53 PM IST

ରାୟଗଡା: ଶାଶୁଙ୍କ ମୃତଦେହ ରଖି ବୋହୂର ଧାରଣା । ଶାଶୁଙ୍କ ସମ୍ପତ୍ତି ହଡପ କରି ନେଇଯାଇଥିବା ଲୋକର ଗୋଦାମ ଆଗରେ ବିଧବା ବୋହୂର ଧାରଣା ।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗାଁ ସଡକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ଭବାନୀପାଟଣାର ଭାନୁମତି ନାୟକ ଶାଶୁ ବେଲମଣି ନାୟକଙ୍କ ମୃତଦେହକୁ ଏକ ଗୋଦାମ ଘର ଆଗରେ ରଖି ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି । ତେବେ ଗତକାଲି ରାତିରେ ଶାଶୁଙ୍କ ମୃତ ଦେହକୁ ଧରି ଭବାନୀପାଟଣା ରହୁଥିବା ବୋହୂ ଟିକିରି ପହଞ୍ଚିବା ପରେ ଗୌଡ଼ସାହିର କୁଳକୁଟୁମ୍ବ ସହିତ ଟିକିରି ଗାଁର ନରସିଂହ ଷଡଙ୍ଗୀଙ୍କ ଗୋଦାମ ଘର ଆଗରେ ଧାରଣାରେ ବସିଛନ୍ତି । ତାଙ୍କ ସହିତ ଭିନ୍ନକ୍ଷମ ନଣନ୍ଦ ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଏପଟେ ବୋହୂ ଭାନୁମତୀ ନାୟକଙ୍କ କହିବା ଅନୁସାରେ, ଶାଶୁ ବେଲମଣି ନାୟକଙ୍କ ନାମରେ ଥିବା ମୂଲ୍ୟବାନ ଜମି ଏବଂ ଘରକୁ ଟିକିରି ସ୍ଥିତ ନରସିଂହ ଷଡଙ୍ଗୀ ନାମକ ଜଣେ ବ୍ୟକ୍ତି ହଡପ କରି ଏକ ପରିତ୍ୟକ୍ତ ଗୃହରେ ଅସହାୟ ଅବସ୍ଥାରେ ବେଲମଣିଙ୍କୁ ରଖୁଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ବୋହୂ ଭାନୁମତି ନିଜ ବାପଘର ଭବାନୀପାଟଣାକୁ ପାଖରେ ଶାଶୁକୁ ନେଇ ନିଜ ପାଖରେ ରଖି ସେବା କରୁଥିଲେ । ଏଥିସହ ଜମି ହଡପ ନେଇ ଏବେ ମାମଲା କୋର୍ଟରେ ରହିଛି ।

ସେହିଭଳି ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଗାଁ ଭବାନୀପାଟଣାରେ ଭାନୁମତୀ ଏକ ଅଙ୍ଗନୱାଡ଼ି ଚାକିରୀ କରି ଚଳୁଛନ୍ତି । ଏବେ ଟିକିରି ଆସିବା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଟିକିରି ପୁଲିସ ଏଥିରେ ସହଯୋଗ କରୁ ନଥିବାର ଅଭିଯୋଗ ଆଣିଛନ୍ତି ଭାନୁମତୀ । ହଡପ ହୋଇଥିବା ଜମିର ଫେରି ନ ପାଇଲେ ନଣନ୍ଦ ଓ ଭାଉଜ ଆତ୍ମହତ୍ୟା କରିବୁ ବୋଲି ଭାନୁମତୀ ଚେତାବନୀ ଦେଇଛନ୍ତି । ଅନ୍ଯପଟେ ପୋଲିସ ବୁଝାସୁଝା ପରେ ମୃତଦେହର ଦାହ ସଂସ୍କାର ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.