ETV Bharat / state

ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ ନିୟମଗିରି ଡଙ୍ଗରିଆଙ୍କ 5 ଦିନିଆ ପଦଯାତ୍ରା

author img

By

Published : Oct 16, 2022, 9:46 AM IST

ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇଲେ ନିୟମଗିରିର ଡଙ୍ଗରିଆ । ନିୟମଗିରି ସୁରକ୍ଷା ସମିତି ପକ୍ଷରୁ 5 ଦିନିଆ ପ୍ରତିବାଦ ପଦଯାତ୍ରା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ

5ଦିନିଆ ପଦଯାତ୍ରାରେ ନିୟମଗିରିର ଡଙ୍ଗରିଆ
5ଦିନିଆ ପଦଯାତ୍ରାରେ ନିୟମଗିରିର ଡଙ୍ଗରିଆ

ରାୟଗଡା: ଜୀବନ, ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ 5 ଦିନିଆ ପଦଯାତ୍ରାରେ ନିୟମଗିରିର ଡଙ୍ଗରିଆ । ନିୟମଗିରି ସୁରକ୍ଷା ସମିତି ପକ୍ଷରୁ 5 ଦିନିଆ ପ୍ରତିବାଦ ପଦଯାତ୍ରା ଆରମ୍ଭ କରାଯାଇଛି ।

5ଦିନିଆ ପଦଯାତ୍ରାରେ ନିୟମଗିରିର ଡଙ୍ଗରିଆ
ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇଲେ ନିୟମଗିରିର ଡଙ୍ଗରିଆ । ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଆରମ୍ଭ କରିଛନ୍ତି 5 ଦିନିଆ ପ୍ରତିବାଦ ପଦଯାତ୍ରା । ବିଭିନ୍ନ ରାଜନୈତିକ ଦଳର ରାଜନେତାମାନେ ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିଜ୍ଞା କରି ଅପବ୍ୟବହାର କରିବା, ଦରଦାମ ବୃଦ୍ଧି, ବେକାରି ସମସ୍ୟା ବୃଦ୍ଧି, ନିଯୁକ୍ତି ସଙ୍କୁଚିତ ହେବା ଦ୍ବାରା ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଜୀବନ ଜୀବିକା ଉପରେ ପଡିଛି ବୋଲି ଅଭିଯୋଗ କରିଛି ନିୟମଗିରି ସୁରକ୍ଷା ସମିତି । ଘୃଣା ଛାଡି ସମ୍ବିଧାନ ବଞ୍ଚାଅ ନାରା ଦେଇଛନ୍ତି ନିୟମଗିରି ସୁରକ୍ଷା ସମିତି ।

ଏହା ମଧ୍ୟ ପଢନ୍ତୁ: ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ସ୍ଵପ୍ନକୁ ଅପ ବ୍ୟବହାର ହେବା ପ୍ରତିବାଦରେ ଏହି ପଦଯାତ୍ରା ଆରମ୍ଭ ହୋଇଛି ଓ ଆସନ୍ତା 19 ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି ସମିତିର ଆବାହକ ଲିଙ୍ଗରାଜ ଆଜାଦ । ନିୟମଗିରିର ଡଙ୍ଗରିଆଙ୍କ ଦ୍ଵାରା ଏହି ପଦଯାତ୍ରାଟି ଶନିବାର ରାୟଗଡା ଜିଲ୍ଲା ମୁନିଗୁଡାର ମୁନିଖୋଲ ଠାରୁ ଆରମ୍ଭ ହୋଇ 100କିମି ଯାତ୍ରା କରି ଆସନ୍ତା 19 ତାରିଖରେ କଳାହାଣ୍ଡି ଭବାନୀପାଟଣାରେ ହେବ ଶେଷ ହେବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.