ETV Bharat / state

ଯାତାୟତରେ କଣ୍ଟା ସାଜିଛି ସକଟା ନାଳ, ସେତୁ ନିର୍ମାଣ ଦାବି କଲେ ଡଙ୍ଗରିଆ

ନିୟମଗିରି ସକଟା ନାଳରେ ସେତୁ ନିର୍ମାଣ ପାଇଁ ଦାବି କଲେ ଡଙ୍ଗରିଆ । ସେତୁ ନିର୍ମାଣ ପାଇଁ ଡଙ୍ଗରିଆଙ୍କ ଗୁହାରି । ଅଧିକ ପଢ଼ନ୍ତୁ

author img

By

Published : Sep 2, 2022, 10:01 AM IST

ନିୟମଗିରି ସକଟା ନାଳରେ ସେତୁ ନିର୍ମାଣ ପାଇଁ ଦାବି

ରାୟଗଡ଼ା: ନିୟମଗିରି ସକଟା ନାଳରେ ସେତୁ ନିର୍ମାଣ ପାଇଁ ଦାବି କଲେ ଡଙ୍ଗରିଆ । ନିୟମଗିରିକୁ ଗମନାଗମନର ସୁବିଧା ନଥିବା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେମାନେ । ସୂଚନାନୁସାରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତର ସକଟା ସେତୁ ନାଳ ଦୟନୀୟ ଅବସ୍ଥାରେ ରହିଛି ।

ଫଳରେ ନିୟମଗିରିରେ ରହୁଥିବା ଡଙ୍ଗରିଆ ଆଦିବାସୀ ଜନଜାତି ବର୍ଗର ଲୋକମାନେ ଦୀର୍ଘଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଆମ୍ବାଦୁଣୀ, କୁଲେରପେଟା, ଡାଙ୍ଗୁଣୀ, ବଡଡାଙ୍ଗୁଣୀ, ସାନ ଡାଙ୍ଗୁଣୀ, ଗୋରଟା, ପ୍ରହଲ୍ଲୀ, ଉଲେରିପେଟା, କଟା, ସୁଟାଗୁଣୀ,ଭଳି ଅନେକ ଗ୍ରାମ ସକଟା ସେତୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଏହି ସମସ୍ତ ଗ୍ରାମ ଗୁଡିକୁ ସଂଯୋଗକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁନିଗୁଡା ଠାରୁ ମୁଣ୍ଡା ଭାୟା-ମୁନିଖୋଲ ସକଟା ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କରାଯାଇଛି । ଏହାସହ ସକଟା ନାଳ ଉପରେ ଏକ ସେତୁ ନିମ୍ନମାନର ଯୋଜନା ରହିଛି । ଯିବା ଆସିବା ପାଇଁ ଅସ୍ଥାୟୀ ରୂପେ ତିଆରି କରାଯାଇଥିବା ସକଟା ସେତୁ ନାଳ ଏକ ମାସ ପ୍ରାୟ ହେବ ବର୍ଷା ପାଣିରେ ଧୋଇ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏନେଇ ଡଙ୍ଗରିଆ ଆଦିବାସୀମାନେ ଜଙ୍ଗଲରେ ଉତ୍ପାଦନ କରୁଥିବା ମାଣ୍ଡିଆ, ପଣସ, ସପୁରୀ, କଦଳୀ, ଅଦା, ହଳଦୀ, କମଳା ଭଳି ଜଙ୍ଗଲଜାତ ଫଳମୂଳ ମୁନିଗୁଡା ବଜାରକୁ ଆଣି ବିକ୍ରି ବଟା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ସେମାନଙ୍କ ପରିବାର ଚଳିବାରେ ନାହିଁନଥିବା ଅସୁବିଧା ହେଉଛି । ଏପରିକି ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଛନ୍ତି । କାରଣ ରୋଜଗାର ବୋଲି କିଛି ନାହିଁ । ଯାହା ସେଥିରୁ ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ । ଏବେ ରୋଜଗାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଘରେ ଚୁଲି ବି ଜଳୁନାହିଁ । ଏମିତିକି ଅଧିକାଂଶ ସମୟରେ ଏମାନଙ୍କୁ ପେଟରେ ଓଦାକନା ଦେଇ ଶୋଇବାକୁ ପଡେ ।

ତେଣୁ ଏହି ଉକ୍ତ ରାସ୍ତାଟିକୁ ଅତିଶୀଘ୍ର ନିର୍ମାଣ କରିବା ସହ ସକଟ ନାଳ ଉପରେ ଶୀଘ୍ର ସେତୁ ନିର୍ମାଣ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ଦାବି କରିଛନ୍ତି । ଏହି ସେତୁ ନିର୍ମାଣ ହେଲେ ସେମାନେ ସହଜରେ ରୋଜଗାର କରିପାରିବେ । ଏହାସହ ପେଟକୁ ଦୁଇମୁଠା ଦାନା ଦେଇପାରିବେ । ସେପଟେ ଯାତାୟତର ସୁବିଧା ନଥିବାରୁ ଅଧିକାଂଶ ସମୟରେ ବହୁ ହଇରାଣ ହେବାକୁ ପଡୁଛି ବୋଲି କହିଛନ୍ତି ଡଙ୍ଗରିଆବାସୀ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.