ETV Bharat / state

ରାୟଗଡାରେ ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇଜି

author img

By

Published : Dec 11, 2019, 9:40 PM IST

ରାୟଗଡା ଜିଲ୍ଲା ଗସ୍ତରେ ସିଆରପିଏଫ ଆଇଜି ସଂଗ୍ରାମ କେଶରୀ ମହାନ୍ତି। ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଉପରେ ସମ୍ବଲପୁର ରେଞ୍ଜ ଡିଆଇଜି ଏସ.ଡି.ପାଣ୍ଡେ, କମାଣ୍ଡାଣ୍ଟ ୱାଇ.କେ.ରାଜପୁତ, ସେକେଣ୍ଡ କମାଣ୍ଡେଣ୍ଟ ମିତୁ ରୟ, ଏସ.କେ.ଠାକୁର ସହ କରିଛନ୍ତି ଆଲୋଚନା।

crpf-ig-vissit-to-rayagada
crpf-ig-vissit-to-rayagada

ରାୟଗଡା: ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଆଇଜି ସଂଗ୍ରାମ କେଶରୀ ମହାନ୍ତି। ଜିଲ୍ଲା ସଦର ମହକୁମା ସ୍ଥିତ ସିଆରପିଏଫର ୪ର୍ଥ ବାଟାଲିୟନ ଠାରେ ପହଁଞ୍ଚି ରାୟଗଡାରେ ମାଓବାଦୀଙ୍କ ସ୍ଥିତି ଉପରେ ସମ୍ବଲପୁର ରେଞ୍ଜ ଡିଆଇଜି ଏସ.ଡି.ପାଣ୍ଡେ, କମାଣ୍ଡାଣ୍ଟ ୱାଇ.କେ.ରାଜପୁତ, ସେକେଣ୍ଡ କମାଣ୍ଡାଣ୍ଟ ମିତୁ ରୟ, ଏସ.କେ.ଠାକୁର ସହ ଆଲୋଚନା କରିଥିଲେ। ପରେ ଆଇଜି ଜିଲ୍ଲାରେ ମାଓ ସ୍ଥିତି ନେଇ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ।

ବର୍ତ୍ତମାନ ଜିଲ୍ଲା ତଥା ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବା ପ୍ରକାଶ କରିଛନ୍ତି ଆଇଜି। ଓଡିଶା ପୋଲିସ ଏବଂ ସିଆରପିଏଫର ମିଳିତ କୁମ୍ବିଂ ଅପରେସନ ଯୋଗୁଁ ମାଓବାଦୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବା ପ୍ରକାଶ କରିଥିଲେ। ସିଆରପିଏଫ ପକ୍ଷରୁ କରାଯାଉଥିବା ଜନସମ୍ପର୍କ ଶିବିର ଯୋଗୁଁ ଲୋକେ ବିଶ୍ବାସଭାଜନ ହୋଇପାରୁଛନ୍ତି। ଯାହା ଦ୍ବାରା ମାଓବାଦୀ ନିରୀହ ଲୋକଙ୍କୁ ମାଓ ସଙ୍ଗଠନରେ ସାମିଲ କରି ପାରୁନାହାଁନ୍ତି।

ରାୟଗଡାରେ ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇ.ଜି

ରାୟଗଡ଼ା ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନପୁର ଠାରେ ନୂତନ ସିଆରପିଏଫ କ୍ୟାମ୍ପ ଖୋଲାଯିବ। ଯାହାଫଳରେ ନିୟମଗିରି ଅଞ୍ଚଳରେ ନକ୍ସଲ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ସିଆରପିଏଫ ଆଇଜି ପ୍ରକାଶ କରିଛନ୍ତି। ଏହାସହିତ ବିଗତ ଦିନରେ କାଶ୍ମୀର ସ୍ଥିତି ଦୃଷ୍ଟିରୁ ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ସିଆରପିଏଫ ଯବାନକୁ କିଛି ଦିନ ପାଇଁ ପ୍ରତ୍ୟାହାର କରାଯାଇଛି। ସେଠାରେ ସୁଧାର ଆସିଲେ ପୁଣି ଯବାନ ଫେରିଆସିବେ ବୋଲି ସୂଚନା ଦେଇଛନ୍ତି ଆଇଜି ସଂଗ୍ରାମ କେଶରୀ ମହାନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇ.ଜି Body:ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଆଇ.ଜି ( ଓଡିଶା ରେଜଂ ) ର ସଂଗ୍ରାମ କେଶରୀ ମହାନ୍ତି । ରାୟଗଡା ସଦର ମହକୁମା ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ଠାରେ ପହଂଚି ରାୟଗଡା ଜିଲ୍ଲାରେ ମାଓବାଦୀ ମାନଙ୍କ ସ୍ଥିତି ଉପରେ ସମ୍ବଲପୁର ରେଂଜ ଡିଆଇଜି ଏସ.ଡି.ପାଣ୍ଡେ, କମାଣ୍ଡେଂଟ ୱାଇ.କେ.ରାଜପୁତ, ସେକେଣ୍ଡ କମାଣ୍ଡେଂଟ ମିତୁ ରୟ, ଏସ.କେ.ଠାକୁର ସହ ଆଲୋଚନା କରିଥିଲେ । ପରେ ଆଇ.ଜି ସଂଗ୍ରାମ କେଶରୀ ମହାନ୍ତି ଜିଲ୍ଲାରେ ମାଓ ସ୍ଥିତି ନେଇ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ । ବର୍ତମାନ ଜିଲ୍ଲା ତଥା ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ରାଜ୍ୟ ପୋଲିସ ଏବଂ ସିଆରପିଏଫର ମିଳିତ କୁମ୍ବି ଯୋଗୁଁ ମାଓବାଦୀଙ୍କ ସଂଖ୍ୟ ଯଥେଷ୍ଟ କମିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ସିଆରପିଏଫ ତରଫରୁ କରାଯାଉଥିବା ଜନସଂପର୍କ ଶିବିର ଯୋଗୁଁ ଲୋକେ ସିଆରପିଏଫର ବିଶ୍ୱାସଭାଜନ ହୋଇପାରୁଛନ୍ତି, ଯ ଦ୍ୱାରା ମାଓବଦୀ ମାନେ ନିରୀହ ଲୋକକମାନଙ୍କୁ ମାଓ ସଂଗଠନରେ ସାମିଲ କରିପାରୁନାହନ୍ତି । ତେବେ ରାୟଗଡ଼ା ଜିଲ୍ଲା ଶିମାନ୍ତ କଳାହାଣ୍ଡି ଜିଲ୍ଲାର ତ୍ରୀଲୋଚନପୁର ଠାରେ ନୂଆ ସିଆରପିଏଫ କ୍ୟାମ୍ପ ଖୋଲାଯିବ ଯାହାଫଳରେ ନିୟମଗିରି ଅଂଚଳରେ ନକ୍ସଲ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ଶ୍ରୀମହାନ୍ତି ପ୍ରକାଶ କରିଛନ୍ତି । ଏଥି ସହ ଗତ ଦିନରେ କାଶ୍ମିର ସ୍ଥିତି ଦୃଷ୍ଟିରୁ ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ସିଆରପିଏଫ ଜବାନକୁ କିଛି ଦିନ ପାଇଁ ପ୍ରତ୍ୟାହାର କରାଯାଇଛି । ସେଠାରେ ସୁଧାର ଆସିଲେ ପୁଣି ଜବାନ ମାନେ ଫେରିଆସିବେ ବୋଲି ଶ୍ରୀମହାନ୍ତି ସୁଚନା ଦେଇଛନ୍ତି ।Conclusion:ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇ.ଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.