ETV Bharat / state

ପଭେଲଙ୍କ ମୃତ୍ୟୁର ହେବ ସିନ୍ ରିକ୍ରିଏସନ, ପୂର୍ବତନ ସିବିଆଇ CFSL ନିର୍ଦ୍ଦେଶକଙ୍କ ସହାୟତା ଲୋଡ଼ିଲା କ୍ରାଇମବ୍ରାଞ୍ଚ

author img

By

Published : Jan 4, 2023, 8:59 PM IST

କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ ରାୟଗଡ଼ାରେ ପହଞ୍ଚି ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି । ସେପଟେ ମୃତ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁ ଘଟଣାର ଚିତ୍ର ରିକ୍ରିଏସନ କରିବା ପାଇଁ ସିବିଆଇର ପୂର୍ବତନ CFSL ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ଡେଙ୍ଗିଙ୍କ ସହାୟତା ଲୋଡିଛି କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ

ରାୟଗଡ଼ା: ଋଷୀୟ ପର୍ଯ୍ୟଟକ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁ ଘଟଣାର ଚିତ୍ର ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଏନେଇ ସିବିଆଇର ପୂର୍ବତନ CFSL ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ଡେଙ୍ଗିଙ୍କ ସହାୟତା ଲୋଡାଯାଇଛି । ସେପଟେ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁର ସତ୍ୟାସତ୍ୟ ଜାଣିବାପାଇଁ ଏମ୍‌ସ୍‌ ଏନାଟମି ବିଭାଗର ବଛବଛା ବିଶେଷଜ୍ଞକୁ ନେଇ ଏକ ଟିମ ଗଠନ ହୋଇଛି । ବୁଧବାର କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଅନ୍ୟ ଏକ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ରାୟଗଡ଼ାରେ ପହଞ୍ଚି ତଦନ୍ତରେ ସାମିଲ ହୋଇଛି ।

ରାୟଗଡାରେ ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଗଠିତ ଦୁଇଟି କ୍ରାଇମବ୍ରାଞ୍ଚ ଟିମ ଆଜି ରାୟଗଡାରେ ତଦନ୍ତକୁ ଜୋରଦାର କରିଛନ୍ତି । ବିଗତ ୬ ଦିନ ଧରି କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହନ୍ତୋଙ୍କ ନେତୃତ୍ବରେ ୧୧ ଜଣିଆ ଟିମ ରାୟଗଡାରେ ପହଞ୍ଚି ମୃତ୍ୟୁର କାରଣ ଖୋଜୁଥିବାବେଳେ ଆଜି ଆଉ ଏକ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ରାୟଗଡରେ ପହଞ୍ଚି ତଦନ୍ତରେ ସାମିଲ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଦ୍ଵାରା ନିଯୁକ୍ତ ତଦନ୍ତ ଅଧିକାରୀ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଏହି ଟିମ ରାୟଗଡା ପହଞ୍ଚିବା ପରେ ସଦର ପୋଲିସ ଷ୍ଟେସନ ଯାଇ ରାୟଗଡା ପୋଲିସ ଏବଂ ପ୍ରଥମ କ୍ରାଇମବ୍ରାଞ୍ଚ ଟିମ ସଂଗ୍ରହ କରିଥିବା ତଥ୍ୟ, ଜବତ ହୋଇଥିବା ସାମଗ୍ରୀ ଓ ରେକର୍ଡକୁ ସଂଗ୍ରହ କରି ନିଜ ହେପାଜତକୁ ନେଇଛନ୍ତି ।

ଅନ୍ୟ ଏକ ଟିମ ଜିଲ୍ଲା ଡାକ୍ତରଖାନାକୁ ଯାଇ ଭ୍ଲାଦିମିର ବିଦାନୋଭଙ୍କ ଭିସେରା ନମୁନାକୁ ସଂଗ୍ରହ କରି ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇଛନ୍ତି । ମଧ୍ୟାହ୍ନରେ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଆସିଥିବା ଟିମ ରାୟଗଡା ଏସପି ବିବେକାନନ୍ଦ ଶର୍ମାଙ୍କୁ ସାକ୍ଷାତ କରି ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁ ଘଟଣାକୁ ନେଇ ଆଲୋଚନା କରିଥିଲେ । ସେପଟେ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁର ସତ୍ୟାସତ୍ୟ ଜାଣିବାପାଇଁ ଏମ୍‌ସ୍‌ ଏନାଟମି ବିଭାଗର ବଛବଛା ବିଶେଷଜ୍ଞକୁ ନେଇ ଏକ ଟିମ ଗଠନ ହୋଇଛି । ସିବିଆଇର ପୂର୍ବତନ CFSL ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ଡେଙ୍ଗିଙ୍କ ସହାୟତାରେ ଋଷୀୟ ପର୍ଯ୍ୟଟକ ଆଣ୍ଟୋଭ ପଭେଲଙ୍କ ମୃତ୍ୟୁ ଘଟଣାର ଚିତ୍ର ରିକ୍ରିଏସନ କରାଯିବ ବୋଲି ଜଣାପଡିଛି ।

ଦିନ ପରେ ଦିନ ଯେତିକି ବଢୁଛି ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ସବୁଠାରୁ ବଡ କଥା ଭ୍ଲାଦିମିର ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଯେଉଁ ତଥ୍ୟ ଥିଲା ତାହା ସମସ୍ତଙ୍କୁ ଚକିତ କରିଛି । ଭ୍ଲାଦିମିର ବିଦାନୋଭଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଡାକ୍ତର ମୃତ୍ୟୁ ପୂର୍ବରୁ ସେ ନିଶା ସେବନ କରିବା ନେଇ ସ୍ପଷ୍ଟ କରିଥିବାବେଳେ ଏହା ଗଞ୍ଜେଇ ବା ଅଫିମ ପରି ବାସ୍ନା ହେଉଥିବା ଉଲ୍ଲେଖ କରିଛନ୍ତି । ତେବେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ହଟାଇବାକୁ କ୍ରାଇମବ୍ରାଞ୍ଚ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉକି, ଗତ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସାରା ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.