ETV Bharat / state

Russian Death case: ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି, ହୋଟେଲ କର୍ମଚାରୀଙ୍କୁ ଜେରା - ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ାରେ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା(Russian Tourists death in Rayagada) । ଆଜି ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଥିବା ବେଳେ ହୋଟେଲ କର୍ମଚାରୀଙ୍କୁ କରାଯାଇଛି ଜେରା(Crime branch interrogates hotel workers) । ଅଧିକ ପଢନ୍ତୁ

Russian Death case
Russian Death case
author img

By

Published : Jan 1, 2023, 7:12 PM IST

୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା: ବହୁଚର୍ଚ୍ଚିତ ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ପାଭେଲ ଆଣ୍ଟୋଭ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ାଠାରେ ଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ମଧ୍ୟ ତଦନ୍ତ ଜାରି ରଖିଛନ୍ତି । କ୍ରାଇମବ୍ରାଞ୍ଚ DSP ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ମଧ୍ୟରେ ଆଜି ସାଇଣ୍ଟିଫିକ ଓ ଫରେନସିକ ଟିମ୍ କିନ୍ତୁ ସାମିଲ ହୋଇନାହାନ୍ତି । କେବଳ କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଥିବା ବେଳେ ହୋଟେଲ କର୍ମଚାରୀଙ୍କୁ ଜେରା କରାଯାଇଛି (Crime branch interrogates hotel workers )।

ପୃଥକ ପୃଥକ ଭାବରେ DSP ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ଗତକାଲି ଶ୍ମଶାନରୁ ଦୁଇ ମୃତକଙ୍କ ପାଉଁଶରୁ ହାଡ଼ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଥିଲା । ତାହା ଭୁବନେଶ୍ବର ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ DSP ସରୋଜକାନ୍ତ ମହାନ୍ତ କହିଛନ୍ତି, "ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ତଦନ୍ତ ଆଗକୁ ମଧ୍ୟ ଚାଲିବ।" ଅପରପକ୍ଷରେ ହୋଟେଲ ମାଲିକ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ପକ୍ଷରୁ ଯାହା ପଚରାଗଲା ତାହାର ଉତ୍ତର ଆମେ ଦେଇଛୁ ।

ଏହା ବି ପଢନ୍ତୁ- ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଗଞ୍ଜେଇ ସେବନ କରିଥିଲେ ଭ୍ଲାଦିମିର !

କର୍ମଚାରୀ ସହିତ ମୋତେ କିଛି ତଥ୍ୟ ମାଗିଥିଲେ ଓ ତାହା ଆମେ ପ୍ରଦାନ କରିବା ସହିତ ତଦନ୍ତରେ ସହଯୋଗ କରାଯାଇଛି । ଏଣେ ଗତକାଲି ଦ୍ବିତୀୟ ମୃତକ ପାଭେଲଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଗଣମାଧ୍ୟମ ହସ୍ତଗତ ହୋଇଥିବା ବେଳେ ଆଜି ପ୍ରଥମ ମୃତକ ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଛି । ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସେ ଗଞ୍ଜେଇ ସେବନ କରିଥିଲେ ବୋଲି ଉଲ୍ଲେଖ ରହିଛି । ଯାହାକି ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଗଞ୍ଜେଇ ତାଙ୍କ ପାଖକୁ ଆସିଲା କେମିତି ? କିଏ ଏହାକୁ ଯୋଗାଇଥିଲା ? ଏହିଭଳି ଅନେକ ପ୍ରଶ୍ନ ଉଠିଛି ।

ସୂଚନା ଥାଉ କି ଭାରତର ଆଦିବାସୀ ଅଞ୍ଚଳ ପରିଭ୍ରମଣ କରିବା ଲାଗି ଗତ ଡିସେମ୍ବର ୧୯ ତାରିଖରେ ଭାରତକୁ ଆସିଥିଲେ ୪ ଜଣ ଋଷୀୟ ପର୍ଯ୍ୟଟକ । ଏହାପରେ ସେ ରାୟଗଡ଼ା ଜିଲ୍ଲାକୁ ପରିଭ୍ରମଣରେ ଆସି ଏକ ହୋଟେଲରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଋଷୀୟ ସାଂସଦ ରହିଥିବା ବେଳେ ଏହାକୁ ଗୁରୁତର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଋଶ ସାଂସଦ ପାଭେଲ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ସମାଲୋଚକ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମାତ୍ର ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କେନ୍ଦ୍ର ଓ ରାଜ୍ୟ ପୋଲିସର ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.