ETV Bharat / state

ରାୟଗଡାରେ ସିପିଆଇଏମର ବିଶାଳ ଶୋଭାଯାତ୍ରା - ସିପିଆଇଏମ

ସିପିଆଇଏମର ବିଶାଳ ଶୋଭାଯାତ୍ରା । ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନର ଦାବି । ଅଧିକ ପଢନ୍ତୁ...

cpim rally in rayagada
ସିପିଆଇଏମର ବିଶାଳ ଶୋଭାଯାତ୍ରା
author img

By

Published : Feb 10, 2021, 10:02 PM IST

ରାୟଗଡା : ଜିଲ୍ଲାରେ ସିପିଆଇଏମ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଛି । ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ସ୍ବର ଉତ୍ତୋଳନ କରିଛି ସିପିଆଇଏମ । ଆଦିବାସୀଙ୍କ ସ୍ବାର୍ଥର ସୁରକ୍ଷା ଓ ଜୀବନ ଜୀବିକା ଜଙ୍ଗଲ ଜମି ପଟା ଜଳକୁ ସୁନିଶ୍ଚିତ କରିବା, କୃଷିବିଲ ପ୍ରତ୍ୟାହାର, ପାଣି ଡଙ୍ଗର ପ୍ରକଳ୍ପ କାର୍ଯ୍ୟକାରୀ, ଜଙ୍ଗଲ ଜମି ପଟା ପ୍ରଦାନ ପ୍ରଭୃତି 10 ଦଫା ଦାବି ନେଇ ସିପିଆଇଏମ ଲିବାରେସନ ଓ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଗୁଣୁପୁର ଠାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା ।

ସିପିଆଇଏମର ବିଶାଳ ଶୋଭାଯାତ୍ରା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ଗୁଣୁପୁର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ସିପିଆଇ ଦଳୀୟ ସଂପାଦକ ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରୁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆସନ୍ତା 15 ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯିବ ବୋଲି କୁହାଯାଇଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.