ରାୟଗଡା: ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ ସିପିଆଇ (ଏମଏଲ ) ପକ୍ଷରୁ ବିକ୍ଷୋଭ । ଏଆଇସିସିଟିସି, ସିଟୁ, ଏଆଇଟିୟୁସି , ଆଇଏନଟିୟୁସି ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାର ପ୍ରତିରକ୍ଷା ବିଭାଗକୁ ଘରୋଇକରଣ କରିବା ପାଇଁ ଆଣିଥିବା କଳା ଆଇନକୁ ବାତିଲ କରିବା ଦାବି ନେଇ ଦେଶ ବ୍ୟାପି ପ୍ରତିବାଦ ସଭା କରାଯାଇଛି ।
ରାୟଗଡା ରେଲୱେ ଷ୍ଟେସନ ଠାରୁ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହାସହ ଏକ ପ୍ରତିବାଦ ସଭା କରାଯାଇଥିଲା । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଇନ ଶୃଙ୍ଖଳା ଦୃଷ୍ଟିରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ