ETV Bharat / state

ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା CPI(ML)

author img

By

Published : Aug 9, 2021, 3:56 PM IST

ରାୟଗଡା ଜିଲ୍ଲାରେ ବିଭିନ୍ନ ସମସ୍ୟା ଓ ଦାବି ନେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା CPI(ML) । ସାମିଲ ହେଲେ ଶତାଧିକ ଆଦିବାସୀ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ ଦାବିପତ୍ର । ଅଧିକ ପଢନ୍ତୁ...

ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା CPI(ML)
ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା CPI(ML)

ରାୟଗଡା: ବିଭିନ୍ନ ମୌଳିକ ଦାବି ଏବଂ ଜଳ,ଜମି,ଜଙ୍ଗଲ ସହ ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଦାବିରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଆଦିବାସୀ । CPI(ML)ଆଦିବାସୀ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଆଜି ଶତାଧିକ ଆଦିବାସୀ ଗୁଣୁପୁର ନୂତନ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ।

ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା CPI(ML)

କୋରୋନା କଟକଣା ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ ସାମ୍ନାରେ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକାଇବା ସତ୍ତ୍ବେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ସରକାରୀ ଉଦାସୀନତା ବିରୋଧରେ ନାରାବାଜି କରିଥିଲେ CPI(ML)କର୍ମୀ । ପରେ ଦଳର କେନ୍ଦ୍ରୀୟ ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ସହ ଅନ୍ୟ କିଛି ଆଦିବାସୀ ନେତା ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ଦାବି ଗୁଡିକ ମଧ୍ୟରେ ଆଦିବାସୀଙ୍କୁ ଜଳ,ଜମି,ଜଙ୍ଗଲ ସହ ସେମାନଙ୍କ ମୌଳିକ ସମସ୍ୟା ସମାଧାନ, ଗୁଡାରି ଠାରେ ପାଣିଦଙ୍ଗର ପ୍ରକଳ୍ପ ନିର୍ମାଣ ପ୍ରମୁଖ ରହିଛି । ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ବ ନ ଦିଅନ୍ତି, ତେବେ ଆଗାମୀ ଦିନ ଯେଉଁ ଜନ ଆନ୍ଦୋଳନ ହେବ ସେଥିପାଇଁ ଉଭୟ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି CPI(ML) ନେତା ତ୍ରିପତି ଗମାଙ୍ଗ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.