ETV Bharat / state

ଜେଏସ୍କୋ ଜମି ପାଇଁ CPI (ML) ଜାରି ରଖିବ ଲଢେଇ

ଜେଏସ୍କୋ ଜମି ପାଇଁ ଲଢ଼େଇ ଜାରି ରଖିଛି CPI(ML) । ୫୦୬ ଏକର ସରକାରୀ ଖାତାକୁ ଫେରିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ସାମ୍ମାଦିକ ସମ୍ମିଳନୀରେ କହିଛି CPI(ML) । ଅଧିକ ପଢନ୍ତୁ...

ସିପିଆଇର ସାମ୍ବାଦିକ ସମ୍ମିଳନୀ
ସିପିଆଇର ସାମ୍ବାଦିକ ସମ୍ମିଳନୀ
author img

By

Published : Jul 26, 2021, 9:30 AM IST

ରାୟଗଡା: ଜେଏସ୍କୋ ଜମି ପାଇଁ ଲଢ଼ିବ ସିପିଆଇଏମ୍ଏଲ୍ । ୫୦୬ ଏକର ସରକାରୀ ଖାତାକୁ ଫେରିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ସାମ୍ମାଦିକ ସମ୍ମିଳନୀରେ କହିଛି ସିପିଆଇଏମ୍ଏଲ୍ ।

ସିପିଆଇର ସାମ୍ବାଦିକ ସମ୍ମିଳନୀ

୧୯୯୨ ମସିହାରୁ ବନ୍ଦ ପଡ଼ିଥିବା ଜୟପୁର ସୁଗର କମ୍ପାନୀ (ଜେଏସ୍କୋ) ନିକଟରୁ ଜମି ମୁକୁଳେଇବା ପାଇଁ ଲଢ଼ିବ ସିପିଆଇଏମ୍ଏଲ୍ । କୋର୍ଟଙ୍କ ହସ୍ତକ୍ଷେପ ପରେ ବି ସରକାରୀ ଖାତାକୁ ୫୦୬ ଏକର ଜମି ଫେରି ପାରୁନଥିବାରୁ ରାୟଗଡ଼ାର ବିକାଶ ଅଟକିଛି । ଜେଏସ୍କୋ ହାତରୁ ଜମି ଖୁବ୍ ଶୀଘ୍ର ଜମି ନଆସିଲେ ସିପିଆଇଏମଏଲ୍‌ ଆନ୍ଦୋଳନକୁ ଓହ୍ଲାଇବା ସହ ସରକାରୀ ଖାତାକୁ ଜମି ନ ଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ପାର୍ଟିର ଜିଲ୍ଲା ସଂପାଦକ ତ୍ରିପତୀ ଗମାଙ୍ଗ ।

ଏକର ଏକର ମିଲିଂ ଜମି ଆଦିବାସୀ ଓ ଭୂମିହୀନଙ୍କୁ ବଣ୍ଟନ ହୋଇପାରୁନି । ସରକାରଙ୍କ ସହ ସଲାସୁତୁରା କରି ଜମିଦାର କୋର୍ଟରୁ ସ୍ଥଗିତାଦେଶ ଆଣି ବର୍ଷ ବର୍ଷ ଧରି ସିଲିଂ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି । ସରକାର ତୁରନ୍ତ ବହିର୍ଭୂତ ଜମି ଭୂମିନୀନକୁ ଦେବା ସହିତ କୋର୍ଟରେ ପଡ଼ି ରହିଥିବା ମାମଲାର ବିଚାର କରି ବଳକା ଜମି ଗରିବଙ୍କୁ ବାଣ୍ଟିବାକୁ ସିପିଆଇଏମଏଲ୍ ଦାବି କରିଛି । ଏହା ନହେଲେ ଆନ୍ଦୋଳନକୁ ପୁଣି ଥରେ ଜୋରଦାର କରିବାକୁ କେନ୍ଦ୍ର କମିଟି ସଭ୍ୟ ତଥା ଜିଲ୍ଲା ସଂପାଦକ ତ୍ରିପତୀ ଗମାଙ୍ଗ ଚେତାବନୀ ଦେଇଛନ୍ତି ।

CPI(ML) ସାମ୍ବାଦିକ ସମ୍ମଳନୀ କରି ଜେଏସ୍‌ ଅଧୀନରେ ଥିବା ୭୮୬ ଏକର ଜମିର ସ୍ଥିତାବସ୍ଥା ବଜାୟ ରଖିବା ସହ ଜମି ହସ୍ତାନ୍ତର କିମ୍ବା ବିକ୍ରି ନ କରିବାକୁ ନୋଟିସ୍ ଲଗାଇଥିଲା । ନୋଟିସ୍‌ର କୌଣସି ଉତ୍ତର ଦେଇ ନଥିଲା । ଜମି ଫେରିବାରେ ବିଳମ୍ବ ହେଉଥିବାରୁ ରାୟଗଡ଼ାର ବିକାଶ ସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଟକି ରହିଛି । ଜେଏସ୍କୋ ଜମି ମିଲିଂ ବହିର୍ଭୂତ 786 ଏକର ଜମି ମଧ୍ୟରୁ ୫୦୬ ଏକର ଜମି ସରକାରୀ ଖାତାକୁ ନ ଫେରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛି ସିପିଆଇ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.