ETV Bharat / state

ରାୟଗଡାରେ କମୁଛି କି କୋରୋନା ସଂକ୍ରମଣ ?

author img

By

Published : Sep 4, 2020, 9:48 AM IST

ରାୟଗଡା ଜିଲ୍ଲାରେ କମୁଛି କୋରୋନା ସଂକ୍ରମଣ । ଟେଷ୍ଟିଂ କମୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କୁହାଯାଉଛି ।

ରାୟଗଡାରେ କମୁଛି କି କୋରୋନା ସଂକ୍ରମଣ ?
ରାୟଗଡାରେ କମୁଛି କି କୋରୋନା ସଂକ୍ରମଣ ?

ରାୟଗଡା: କୋରୋନା କାୟାରେ ରାୟଗଡା ଜିଲ୍ଲା ଥିବାବେଳେ ଅଗଷ୍ଟ ମାସରେ ଜିଲ୍ଲାରୁ 4087 ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ଜିଲ୍ଲା ପାଇଁ ସାଂଘାତିକ ଥିଲା । ପ୍ରତିଦିନ 100ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ସେପ୍ଟେମ୍ବର ଆସୁଆସୁ ପଜିଟିଭ୍‌ ସଂଖ୍ୟା କମିଥିବା ଦେଖିବାକୁ ମିଳୁଛି ।

ରାୟଗଡାରେ କମୁଛି କି କୋରୋନା ସଂକ୍ରମଣ ?

ଗତ ଦୁଇ ଦିନ ଭିତରେ ଜିଲ୍ଲାରୁ ମାତ୍ର 38 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଦୁଇ ଦିନରେ 910 ଜଣ ସୁସ୍ଥ ହୋଇଛନ୍ତି । ତେବେ ହଠାତ୍ କିପରି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କମିଲା ସେ ନେଇ ଆଲୋଚନା ହେଉଛି । ତେବେ 2 ଦିନ ହେବ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ହୋଇନଥିବା ସୂଚନା ରହିଛି । ଯାହା ଫଳରେ ପଜିଟିଭ୍ ସଂଖ୍ୟାରେ ହ୍ରାସ ପାଇଛି । ଟେଷ୍ଟିଂ କମ ହୋଇଥିବାରୁ ସଂଖ୍ୟା ମଧ୍ୟ କମ ଆସିଥିବା କୁହାଯାଉଛି ।

ରାୟଗଡା ଜିଲ୍ଲାରେ କୋରୋନା ମହାମାରୀ ଦ୍ରୁତ ଗତିରେ ବଢିଚାଲିଥିବାବେଳେ ହଠାତ୍ କାହିଁକି ଆଣ୍ଟିଜେନ ଟେଷ୍ଟିଂ ବନ୍ଦ କରାଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଜିଲ୍ଲାରେ ସୁସ୍ଥହାର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି । ବର୍ତ୍ତମାନ ଜିଲ୍ଲାରେ 83.52 ପ୍ରତିଶତ ହାରରେ 4245 ଜଣ ସୁସ୍ଥ ହୋଇଛନ୍ତି । ଗୁରୁବାର ଜିଲ୍ଲାରୁ 111 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 69ପୁରୁଷ ଏବଂ 42ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି 51 ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିସହ 9 ଜଣ କୋରୋନା ଯୋଦ୍ଧା କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ତେବ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବିଷମକଟକରୁ ସର୍ବାଧିକ 42, ରାୟଗଡା ପୌରାଞ୍ଚଳରୁ 23, କାଶୀପୁରରୁ 5ଜଣ, ମୁନିଗୁଡାରୁ 2, ଗୁଡାରୀ ସହରାଞ୍ଚଳ ଓ ଗ୍ରାମାଞ୍ଚଳ , ରାୟଗଡା ଗ୍ରାମାଞ୍ଚଳ , ରାମନାଗୁଡା ଏବଂ ପଦ୍ମପୁରରୁ ଜଣେ ଳେଖାଏଁ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4972ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇ 4245 ଜଣ ଘରକୁ ଫେରିଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଛି । 701 ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି ।

ତେବେ ଦିନକୁ ଦିନ କୋରୋନା ଯୋଦ୍ଧା ସଂକ୍ରମଣର ଶିକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ 564 ଜଣ କୋରୋନା ଯୋଦ୍ଧା ସଂକ୍ରମଣ ହୋଇଥିବାବେଳେ 442 ସୁସ୍ଥ ହୋଇଛନ୍ତି ଏବଂ 122 ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସେପଟେ ଜିଲ୍ଲାରେ କୋରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଆମେ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ଏଥିସହ ଜିଲ୍ଲାବାସୀଙ୍କୁ ସାମାଜିକ ଦରୂତା ବଜାୟ ରଖିବା, ଅଯଥାରେ ଗହଳି ସ୍ଥାନକୁ ନ ଯିବା, ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.