ETV Bharat / state

ଥାଳି ବଜାଇ ତେଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କଲା କଂଗ୍ରେସ

ବୁଧବାର ଦିନ ରାୟଗଡା ଜିଲ୍ଲା କଂଗ୍ରେସ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ବଜାଇ ପ୍ରତିବାଦ କରିଛି କଂଗ୍ରେସ । ଏହି ଅଭିନବ ଉପାୟରେ ତୈଳ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛି ରାୟଗଡା ଜିଲ୍ଲା କଂଗ୍ରେସ କମିଟି । ଅଧିକ ପଢନ୍ତୁ...

ଥାଳି ବଜାଇ ତେଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କଲା କଂଗ୍ରେସ
ଥାଳି ବଜାଇ ତେଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କଲା କଂଗ୍ରେସ
author img

By

Published : Jul 9, 2021, 10:18 PM IST

ରାୟଗଡା:ତୈଳ ଦର ବୃଦ୍ଧି ପ୍ରତିବାଦରେ ସାରା ଓଡିଶାରେ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଦଳ ପକ୍ଷରୁ ତୈଳ ଦର ବୃଦ୍ଧିକୁ ଜୋରଦାର ପ୍ରତିବାଦ କରାଯାଇଛି ।

ବୁଧବାର ଦିନ ରାୟଗଡା ଜିଲ୍ଲା କଂଗ୍ରେସ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ବଜାଇ ପ୍ରତିବାଦ କରିଛି କଂଗ୍ରେସ । ଏହି ଅଭିନବ ଉପାୟରେ ତୈଳ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛି ରାୟଗଡା ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସହ କଂଗ୍ରେସ କର୍ମୀମାନେ ଶଗଡରେ ବାହାରି ସହର ପରିକ୍ରମା କରି ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲେ ।

ଥାଳି ବଜାଇ ତେଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କଲା କଂଗ୍ରେସ

କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ନାରାବାଜି କରି କରୋନା ଭଳି ମହାମାରୀ ସମୟରେ ସରକାର ତୈଳ ଦରକୁ ବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝକୁ ଲଦି ଦେଇଛନ୍ତି ବୋଲି ପଣ୍ଡା କହିଛନ୍ତି । ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ଓ ନାରାବାଜି ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଧାୟକ ପ୍ରାର୍ଥି ଆପଲସ୍ୱାମୀ କାଡ୍ରାକା, ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.