ETV Bharat / state

Rahul Gandhi Disqualified: ରାୟଗଡା କଂଗ୍ରେସର ବିକ୍ଷୋଭ - ଜିଲ୍ଲା କଂଗ୍ରେସ କମିଟି ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ଘଟଣାକୁ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Rahul Gandhi Disqualified
Rahul Gandhi Disqualified
author img

By

Published : Apr 20, 2023, 11:05 PM IST

Rahul Gandhi Disqualified

ରାୟଗଡା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ତୀବ୍ର ହେଉଛି ରାଜନୀତି । ଅନେକ ସ୍ଥାନରେ ଏହାକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିବା ଦେଖିବାକୁ ମିଳିଛି। କଂଗ୍ରେସ ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ଦଳୀୟ କର୍ମୀଙ୍କୁ ନେଇ ଲାୟନ୍ସ କ୍ଲବ ଠାରେ ଆୟୋଜିତ ସଭାରେ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି କାମ କରିବା ସହ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଦୁଇ ଦଳ ଅଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଏହି ସଭାରେ ଯୋଗ ଦେବା ଅବସରରେ କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛି । ଦୁର୍ନୀତିର ସୀମା ଏତେ ବଢିଗଲାଣି ଯେ ଲୋକେ ଅତିଷ୍ଠ ହୋଇଗଲେଣି । ଆସନ୍ତା ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ସତର୍କ କରାଇଛନ୍ତି ।

ସେହିପରି ଅନ୍ୟପଟେ ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରି ଉଲକା ଯୋଗ ଦେଇ କହିଛନ୍ତି ଯେ, ମୋଦି-ନବୀନ ଏକ । ଉପରେ ଦୁଇ ଦଳର ନେତା ପରସ୍ପରକୁ ଦୋଷାରୋ କରୁଛନ୍ତି । ହେଲେ ଭିତରେ ଦୁଇ ଜଣ ଏକ ବୋଲି କହିଛନ୍ତି । ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତକୁ ଭୟ କରି ନବୀନ ସରକାର ସବୁ ବେଳେ ମୋଦି ସରକାରଙ୍କୁ ଆକୁଣ୍ଠ ସମର୍ଥନ କରି ଆସୁଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି । କେନ୍ଦ୍ରର ମୋଦି ସରକାରଙ୍କ ଆଦାନୀ ସହ ରହିଥିବା ସଂପର୍କକୁ ରାହୁଲ ଗାନ୍ଧି ଟାର୍ଗେଟ କରିବାରୁ ତାଙ୍କର ସାଂସଦ ପଦ ରଦ୍ଦ କରିଦେଲା ବିଜେପି ସରକାର । ଏହାକୁ ଦେଶର ସମସ୍ତ ବିରୋଧୀ ଦଳ ନିନ୍ଦା କରିଥିବା ବେଳେ ନବୀନ ସରକାର ଏନେଇ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କୋରାପୁଟ ସାଂସଦ ।

ଆସନ୍ତା ୨୦୨୪ ନିର୍ବାଚନରେ ସବୁ ବିରୋଧୀ ଦଳ ଏକ ହୋଇ ମୋଦି ସରକାରକୁ ହଟାଇବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଓଡିଶା ବିଧାନ ପରିଷଦ ନେଇ ନବୀନ ବାବୁ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ଆଜି ମଧ୍ୟାହ୍ନରେ ସ୍ଥାନୀୟ ଲାୟନସ କ୍ଲବରେ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦଳର କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ଦଳ କିପରି କ୍ଷମତାକୁ ଫେରିବ ସେ ନେଇ କର୍ମୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ବିଜୟ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.