ETV Bharat / state

କୃଷି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲା କଂଗ୍ରେସର ବିକ୍ଷୋଭ

ରାୟଗଡାରେ ଜିଲ୍ଲା କଂଗ୍ରେସ ପକ୍ଷରୁ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ଯୋଗ ଦେଇ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତିକୁ ବିରୋଧ କରିଥିଲେ । ଅଧିକ ପଢନ୍ତୁ...

କୃଷି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲା କଂଗ୍ରେସର ବିକ୍ଷୋଭ
କୃଷି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲା କଂଗ୍ରେସର ବିକ୍ଷୋଭ
author img

By

Published : Nov 5, 2020, 1:31 AM IST

ରାୟଗଡା : କୃଷି ଆଇନକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ କୋଲନରା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କୃଷି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଯାତ୍ରା ପଡିଆ ନିକଟରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏହାପରେ ସହର ପରିକ୍ରମା କରିବା ସହ କୋଲନରା ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ଯୋଗ ଦେଇ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତିର କୁ ବିରୋଧ କରିଥିଲେ । ସରକାର ଏନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ତେବେ କୋଲନରା ବିଡିଓଙ୍କ ଜରିଆରେ ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ 10 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ ।

ରାୟଗଡାରୁ ରଞ୍ଜନକୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.