ETV Bharat / state

Municipal Polls: ସରିଲା ଯାଞ୍ଚ, 94 କାଉନସିଲର ଓ 14 ପୌରାଧ୍ୟକ୍ଷଙ୍କ ପ୍ରାର୍ଥୀପତ୍ର କାଏମ - ରାୟଗଡା ଜିଲ୍ଲାରେ ଶେଷ ହେଲା ନାମାଙ୍କନ ଯାଞ୍ଚ

ରାୟଗଡାରେ ପୌର ପରିଷଦ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ । ରାୟଗଡା ପୌରାଞ୍ଚଳରେ ୨୪ଟି ୱାର୍ଡ ଥିବାବେଳେ କାଉନସିଲର ପଦବୀ ପାଇଁ ୯୪ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Municipal Polls: ରାୟଗଡା ଜିଲ୍ଲାରେ ଶେଷ ହେଲା ନାମାଙ୍କନ ଯାଞ୍ଚ

author img

By

Published : Mar 10, 2022, 8:44 AM IST

Updated : Mar 10, 2022, 8:50 AM IST

ରାୟଗଡା: ପୌର ନିର୍ବାଚନ ପାଇଁ ସରଗରମ ସହରାଞ୍ଚଳ ରାଜନୀତି । ରାୟଗଡା ପୌର ପରିଷଦ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ । ରାୟଗଡା ପୌରାଞ୍ଚଳରେ ୨୪ଟି ୱାର୍ଡ ଥିବାବେଳେ କାଉନସିଲର ପଦବୀ ନିମନ୍ତେ ମୋଟ ୯୪ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ମୁତାବକ ଗତକାଲି(ବୁଧବାର) ପୌର ନିର୍ବାଚନରେ କାଉନସିଲର ଓ ପୌରାଧ୍ୟକ୍ଷ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ହୋଇଛି ।

Municipal Polls: ସରିଲା ଯାଞ୍ଚ, 94 କାଉନସିଲର ଓ 14 ପୌରାଧ୍ୟକ୍ଷଙ୍କ ପ୍ରାର୍ଥୀପତ୍ର କାଏମ

ସୂଚନାନୁସାରେ, ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଧବାର ଅପରାହ୍ନ ୧୧ଟାରୁ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ରାୟଗଡା ପୌରାଞ୍ଚଳରେ ୨୪ଟି ୱାର୍ଡ ରହିଥିବାବେଳେ କାଉନସିଲର ପଦବୀ ପାଇଁ ମୋଟ ୯୪ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପି, ବିଏସପି, ଆପ୍‍ ଓ ନବ ନିର୍ମାଣ ଶ୍ରମିକ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ସକାଶେ ନାମାଙ୍କନ ଦାଖଲ କରିଥିବା ସୂଚନା ରହିଛି ।

ତେବେ ସମସ୍ତ ପ୍ରାର୍ଥୀ ଆବଶ୍ୟକ ନଥିପତ୍ର ପ୍ରଦାନ କରିଥିବାରୁ କୌଣସି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ନହୋଇ କାୟମ ରହିଛି । ସେହିପରି ପୌରାଧ୍ୟକ୍ଷ ନିମନ୍ତେ ୧୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଉପରୋକ୍ତ ସମସ୍ତଙ୍କ ପ୍ରାର୍ଥୀତ୍ୱ କାୟମ ରହିଛି ବୋଲି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 10, 2022, 8:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.