ETV Bharat / state

ଶାନ୍ତ ପଡିଲା ରାୟଗଡା, ଗୋଷ୍ଠୀ ସଂଘର୍ଷର ଘଟିଲା ଅନ୍ତ

ଦୁଇ ଦିନ ଧରି ଜିଲ୍ଲାରେ ଲାଗିରହିଥିବା ରାଜନୈତିକ ଗୋଷ୍ଠୀ ସଂଘର୍ଷର ଅନ୍ତ ଘଟିଛି । ଶାନ୍ତି କମିଟି ହସ୍ତକ୍ଷେପ ଯୋଗୁଁ ଉତ୍ତେଜନା ହ୍ରାସ ପାଇଛି ।

author img

By

Published : Jul 14, 2019, 9:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡ଼ା: ଜିଲ୍ଲାରେ ଲାଗିରହିଥିବା ରାଜନୈତିକ ଗୋଷ୍ଠୀ ସଂଘର୍ଷର ଅନ୍ତ ଘଟିଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇ ମାମଲାକୁ ଶାନ୍ତ କରାଯାଇଛି । ଏହି କମିଟିରେ ଦୁଇ ସାହିର ପୁରୁଖା ବ୍ୟକ୍ତି ଓ କିଛି ଆଞ୍ଚଳିକ ନେତା ସାମିଲ ରହିଥିଲେ । ଏହାସହ ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ, ସ୍ଥାନୀୟ ଥାନା ଅଧିକାରୀ ଓ ବିଡ଼ିଓ ରାଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତି ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଉଲ୍ଲେଖଥାଉ କି, ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ର କରି ଗତ ଶୁକ୍ରବାର ରାତିରେ ନୂଅସାହି ଓ ଆଞ୍ଜିଆ ପେଟା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା । ଏଥିରେ ଦୁଇ ସାହିରୁ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଏହାକୁ ନେଇ ଦୁଇ ଦିନ ଧରି ସହରରେ ଉତ୍ତେଜନା ଲାଗି ରହିଥିଲା ।

ଏହି ଗୋଷ୍ଠୀ କନ୍ଦଳରେ ପୋଲିସ ଉପରକୁ ଢ଼େଲା, ମଦବୋତଲ ମାଡ଼ ସାଙ୍ଗକୁ ପୋଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବାରୁ ସ୍ଥାନୀୟ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ତେବେ ସମ୍ପୃକ୍ତ ମାମଲା ଦୁଇଟିରେ ୭ ବର୍ଷରୁ କମ ସଜା ଥିବାରୁ ଉଭୟ ପକ୍ଷର ଗିରଫ ୮ ଜଣଙ୍କୁ ଥାନାରୁ ଜାମିନ ମଞ୍ଜୁର କରାଯାଇଥିବା କହିଛନ୍ତି ଏସପି ଶ୍ରବଣ ବିବେକ ।

ରାୟଗଡରୁ ରଞ୍ଜନ ରଥ, ଇଟିଭି ଭାରତ

SLUG -ପୂର୍ବ ଶତ୍ରୁତାକୁ ନେଇ ଲାଗିଥାବର  ବିବାଦର ଜବନିକା ପଡିଛି । 
Report - RANJAN RATH
Anchor -ରାୟଗଡ଼ାରେ ଲାଗିରହିଥିବା ରାଜନୈତିକ ଗୋଷ୍ଟି ସଙ୍ଘର୍ଶର ଅନ୍ତ ଘଟିଛି  । ଆଜି ଉଭୟ ସାହିର ମୁରବିଙ୍କୁ ନେଇ ଅତିରିକ୍ତ ଆରକ୍ଷି  ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ ହୋଇଛି  ।  ଏହି କମିଟିରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥି ଥିବା ଆପଲସ୍ୱାମୀ କାଡ଼୍ରାକା , ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥି ଥିବା ବସନ୍ତ ଉଲ୍ଲାକା , ନରେନ୍ଦ୍ର ନାୟକ , ଧନରାମ ନାୟକ , ଶ୍ୟାମଦାସ ଭତ୍ରା , ବିଶୁ ଖସଲା , ବୃନ୍ଦାବନ ନାୟକ ରହିଥିବା ବେଳେ କମିଟିର ଅଧକ୍ଷତା କରିଥିଲେ ଅତିରିକ୍ତ ଆରକ୍ଷି ଅଧକ୍ଷ ଭି.ଆର. ଋାଓ  । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ଏସଡ଼ିପିଓ ତପନ ନାରାୟଣ ରଥ , ଥାନା ଅଧିକାରି ନିହାର ରଞ୍ଜନ ପ୍ରଧାନ ଏବଂ ରାୟଗଡ଼ା ବିଡ଼ିଓ ରାଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତି ଥିଲେ । ଏହି ବୈଠକରେ ଉଭୟ ସହି ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ଆଗାମି ଦିନରେ ଏଭଳି ଘଟଣା କିଭଳି ନଘଟିବ ସେନେଇ ଆଲୋଚନା ହୋଇଥିଲା ଏହି ଘଟଣାରେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ମାମଲା ଦୁଇଟିରେ ୭ ବର୍ଷରୁ କମ ସଜା ଥିବାରୁ ଉଭୟ ପକ୍ଷର ଗିରଫ ୮ ଜଣଙ୍କୁ ଥାନାରୁ ଜମାନତ ମଞ୍ଜୁର କରାଯାଇ ଥିବା କହିଛନ୍ତି ଏସପି ଶ୍ରବଣ ବିବେକ  । ତେବେ ଗତ କାଲି ପୁଲିସ ଉପରକୁ ଢ଼େଲା, ମଦବୋତଲ ମାଡ଼ ସାଙ୍ଗକୁ ପୁଲିସ ଗାଡ଼ି ଭଙ୍ଗାରୁଜା ମାମଲାରେ ଏକ ମାମଲା ପୁଲିସ ତରଫରୁ ରୁଜୁ କରାଯାଇ ଥିବାବେଳେ ସେହି ମାମଲାରେ କାହାରିକୁ ଗିରଫ କରାଯାଇ ନଥିବା ସେ ସୁଚନା ଦେଇଛନ୍ତି  । ଏଠାରେ ସୁଚନା ଯୋଗ୍ୟକି ପୁର୍ବ ରାଜନୈତିକ ଶତୃତାକୁ ନେଇ ଗତ ଶୁକ୍ରବାର ରାତି ନୁଅସାହି ଆଞ୍ଜିଆ ପେଟା ମଧ୍ୟରେ ଗୋଷ୍ଟି ସଙ୍ଘର୍ଶଘଟି   ଦୁଇ ଆହତ ହୋଇଥିବା ବେଳେ ଏହାକୁ ନେଇ ଦୁଇଦିନ ଧରି ସହରରେ ଉତେଜନା ଲାଗିରହିଥିଲା  ।
ବାଇଟ - ଶ୍ରବଣ ବିବେକ (ଏସପି , ରାୟଗଡ଼ା )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.