ରାୟଗଡା: ମହାମାରୀ କରୋନାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଶୁକ୍ରବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅଚାନକ ରାୟଗଡା ବସଷ୍ଟାଣ୍ଡ ଯାଇ ସରକାରୀ ବସକୁ ଫିନାଇଲ ଏବଂ ଲାଇଜଲରେ ନିଜେ ସଫା କରିଥିଲେ । ଏହାକୁ ଦେଖି ଷ୍ଟାଣ୍ଡରେ ଥିବା ଅନ୍ୟ ବସ ଗୁଡିକର କର୍ମଚାରୀମାନେ ମଧ୍ୟ ନିଜ ନିଜର ବସ ଗୁଡିକୁ ସଫା କରିଥିଲେ । ପରେ ଜିଲ୍ଲାପାଳ ସେଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯାତ୍ରୀଙ୍କୁ ଲିଫଲେଟ ବାଣ୍ଟି ସଚେତନ କରିଥିଲେ ।
ତେବେ ଏନେଇ ଇଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ସେ କହିଛନ୍ତି ଶୁକ୍ରବାର ଠାରୁ ଯଦିଓ ୧୪୪ ଧାରା ଉଛେଦ କରାଯାଇଛି ତଥାପି ଓଡ଼ିଶା ରେଗୁଲେସନ କୋଭିଡ ୨୦୧୯ ଲାଗୁ କରାଯାଇଛି । ଏଥିରେ କେହି ଖିଲାଫ କଲେ ଦୄଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ