ETV Bharat / state

ମୁକ୍ତା ଯୋଜନାରେ ରାୟଗଡାକୁ ୧୦.୫୩ କୋଟି, ଧନ୍ୟବାଦ ଦେଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ - ରାୟଗଡା ମୁକ୍ତା ଯୋଜନା

ମୁକ୍ତା ଯୋଜନାରେ ରାୟଗଡା ପୌରାଞ୍ଚଳର ବିକାଶ ଲାଗି 84ଟି ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ 10 କୋଟି 53 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ମୁକ୍ତା ଯୋଜନାରେ ରାୟଗଡାକୁ ୧୦.୫୩ କୋଟି; ଧନ୍ୟବାଦ ଦେଲା ଜିଲ୍ଲା ବିଜେଡି

author img

By

Published : Nov 21, 2021, 9:13 AM IST

ରାୟଗଡା: ପୌରାଞ୍ଚଳର 24ଟି ୱାର୍ଡରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପୂର୍ବପରି ଲୋକେ ଆଉ ସମସ୍ୟା ଦେଇ ଗତି କରିବେ ନାହିଁ । କାରଣ ସହରର ବିଭିନ୍ନ ଅଞ୍ଚଳ ପାଇଁ 84ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ଅଧିନରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ପ୍ରାୟ 10 କୋଟି 53 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

ମୁକ୍ତା ଯୋଜନାରେ ରାୟଗଡାକୁ ୧୦.୫୩ କୋଟି; ଧନ୍ୟବାଦ ଦେଲା ଜିଲ୍ଲା ବିଜେଡି

ରାୟଗଡା ସହରାଞ୍ଚଳରେ 10ଟି କ୍ଷୁଦ୍ର ଉଦ୍ୟାନ ପାଇଁ 1 କୋଟି 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ 8ଟି ସର୍ବସାଧାରଣ ବ୍ୟାୟାମ ସ୍ଥଳ ପାଇଁ 80 ଲକ୍ଷ, 4ଟି ଶିଶୁକ୍ରୀଡା ଉଦ୍ୟାନ ପାଇଁ 30 ଲକ୍ଷ, 13ଟି ରାସ୍ତା ପାଇଁ 1 କୋଟି 50 ଲକ୍ଷ, 3ଟି ଖେଳ ପଡିଆ ପାଇଁ 36 ଲକ୍ଷ, 5ଟି ରାସ୍ତାକଡ ବିକ୍ରୟ ସ୍ଥଳୀ ପାଇଁ 55 ଲକ୍ଷ, 12ଟି ସ୍ଥାନରେ ରାସ୍ତା ଓ ଡ୍ରେନେଜ୍ ପାଇଁ 1 କୋଟି 93 ଲକ୍ଷ ଓ 29ଟି ଅନ୍ୟ ରାସ୍ତା ପାଇଁ 3 କୋଟି 94 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ପରେ ରାୟଗଡା ସହରବାସୀ ବିଶେଷ ଉପକୃତ ହୋଇପାରିବେ ବୋଲି ସାମ୍ବାଦିକ ସମ୍ମିଳୀରେ କହିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।

ନିକଟରେ ରାୟଗଡା ସହରରେ ମୁକ୍ତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ନେତୃତ୍ବରେ ପୂର୍ବତନ କାଉନସିଲର୍ ଓ ବୁଦ୍ଧିଜୀବୀ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ନିବେଦନ କ୍ରମେ ମୁଖ୍ୟମନ୍ତ୍ରୀ ସହରରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରୁଛନ୍ତି । ଏନେଇ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି । ଏହି ଧନ୍ୟବାଦ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ,ବରିଷ୍ଠ ବିଜେଡି ନେତା ବ୍ରଜସୁନ୍ଦର ନାୟକ ଓ ସୁଜାତା ପାଳଙ୍କ ସମେତ ଅନେକ ଦଳୀୟ ନେତା ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.