ETV Bharat / state

ଜୀବନବାୟୁ ବାଣ୍ଟୁଛି ଖ୍ରୀଷ୍ଟିଆନ ହସ୍ପିଟାଲ, କରିଲା ଅକ୍ସିଜେନ ପ୍ଲାଣ୍ଟ - ଅକ୍ସିଜେନ ପ୍ଲାଣ୍ଟ

ଅମ୍ଳଜାନ ପ୍ଳାଣ୍ଟ କରି କୋରୋନା ରୋଗୀଙ୍କ ଜୀବନରକ୍ଷକ ସାଜିଛି ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲ । ଅଧିକ ପଢନ୍ତୁ..

ଜୀବନବାୟୁ ବାଣ୍ଟୁଛି   ଖ୍ରୀଷ୍ଟିଆନ ହସ୍ପିଟାଲ, କରିଲା ଅକ୍ସିଜେନ ପ୍ଲାଣ୍ଟ
christian hospital bissamcuttack make medical oxygen plant in rayagada
author img

By

Published : Apr 30, 2021, 7:44 AM IST

ରାୟଗଡା: ଜୀବନ ରକ୍ଷାକାରୀ ସଞ୍ଜୀବନୀ ବାଣ୍ଟୁଛି ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲ । କୋରୋନା ସଙ୍କଟ କାଳରେ ଅକ୍ସିଜେନ ଅଭାବ ଦୂରୀକରଣ ପାଇଁ ପ୍ଲାଣ୍ଟ କରିଛି ଏହି ହସ୍ପିଟାଲ ।

ଅମ୍ଳଜାନ ସଙ୍କଟ ଯୋଗୁଁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଚିକିତ୍ସାଳୟ ଗୁଡିକରେ ଅମ୍ଳଜାନ ଅଭାବ ଅନେକ ସଂଖ୍ୟକ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ଜୀବନବାୟୁ ବାଣ୍ଟୁଛି ଖ୍ରୀଷ୍ଟିଆନ ହସ୍ପିଟାଲ, କରିଲା ଅକ୍ସିଜେନ ପ୍ଲାଣ୍ଟ

ତେବେ ଏଭଳି ସଙ୍କଟ ସମୟରେ ରାୟଗଡା ସମେତ ପଡ଼ୋଶୀ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ , କନ୍ଧମାଳ, ଗଜପତି ଜିଲ୍ଲାବାସୀଙ୍କ ପାଇଁ ସଞ୍ଜୀବନୀ ମହଜୁଦ କରୁଛି ପାଲଟିଛି ବିଷମକଟକ ସଦର ମହକୁମା ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲ । ୧୯୫୪ ମସିହାରେ ସ୍ଥାପିତ ଏହି ଚିକିତ୍ସାଳୟ ଦୀର୍ଘ ୬୮ବର୍ଷ ହେଲା ଲୋକଙ୍କୁ ଅବିରତ ଭାବେ ଉତ୍ତମ ଚିକିତ୍ସାସେବା ଯୋଗେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

୨୦୦ ଶଯ୍ୟା ବିଶିଷ୍ଟ ଏହି ବେସରକାରୀ ତଥା ସେବା ଉଦ୍ଦେଶ୍ୟରେ ସ୍ଥାପିତ ଏହି ଚିକିତ୍ସାଳୟରେ ସମ୍ପ୍ରତି ସ୍ଥିତିରେ ନିଜସ୍ବ ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର କରିଛି । ଯେଉଁଥିପାଇଁ ବର୍ତମାନ ଅଞ୍ଚଳରେ ଏହି ହସ୍ପିଟାଲ ପାଲଟିଛି ଚର୍ଚ୍ଚାର ବିଷୟ । ଏହି ଚିକିତ୍ସାଳୟର ନିଜସ୍ବ ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର ରହିଛି, ଯେଉଁଠାରୁ ମିନିଟ ପିଛା ଏକ ସହ ଲିଟର ଏବଂ ଏହି ହାରରେ ଦୈନିକ 1 ଲକ୍ଷ 50 ହଜାର ଲିଟର ଅମ୍ଳଜାନ ପ୍ରସ୍ତୁତ କରାଯାଇପାରୁଛି । ଏହାକୁ ପାଇପ ଯୋଗେ ବିଭିନ୍ନ ୱାର୍ଡରେ ଚିକିତ୍ସିତ ଅବସ୍ଥାରେ ଥିବା ରୋଗୀଙ୍କୁ ଅବ୍ୟାହତ ଭାବେ ଆବଶ୍ୟକତା ହିସାବରେ ଯୋଗେଇ ଦିଆଯାଉଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.