ରାୟଗଡା: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ ମହାପର୍ବ ଚଇତି ମହୋତ୍ସବ ଓ ପଲିଶ୍ରୀ ମେଳା । ଆନୁଷ୍ଠାନିକ ଭାବେ ଏହି ମହୋତ୍ସବ ଆରମ୍ଭ ହୋଇଯାଇଛି ।
![Chaiti mohastav and pallishree mela inaguarate in raygada](https://etvbharatimages.akamaized.net/etvbharat/prod-images/od-rgda-3-pallisrimelainagurate-edited-7202782_26122019174940_2612f_1577362780_509.jpg)
![Chaiti mohastav and pallishree mela inaguarate in raygada](https://etvbharatimages.akamaized.net/etvbharat/prod-images/od-rgda-3-pallisrimelainagurate-edited-7202782_26122019174940_2612f_1577362780_1051.jpg)
ମହୋତ୍ସବ ଉଦଘାଟନରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଆରକ୍ଷୀ ଅଧକ୍ଷକ ଶର୍ବଣ ବିବେକ ଏମ୍ ମଙ୍ଗଳବାର ଅପରାହ୍ନରେ ମା' ମଝି ଘରିଆଣି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଆଜ୍ଞାମାଳ ନେଇ ବିରାଟ ପଟୁଆରରେ ଜଗନ୍ନାଥ ମନ୍ଦିର ଯାଇଥିଲେ । ସେଠାରୁ ପ୍ରତୀକ ତିନି ଠାକୁରଙ୍କ ମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ଚଇତି ମଣ୍ଡପକୁ ଅଣାଯାଇଥିଲା । ଚଇତି ମଶାଲ ଓ ଆଜ୍ଞାମାଳ ଚଇତି ମଣ୍ଡପରେ ସ୍ଥାପନ ପରେ ପଲ୍ଲିଶ୍ରୀ ମେଳା ଉଦଘାଟନ ହୋଇଥିଲା । ମୁଖ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ଓ ଅଭିଭାଷଣ କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ପରେ ସମସ୍ତେ ଷ୍ଟଲ ପରିଦର୍ଶନ କରିଥିଲେ ।
![Chaiti mohastav and pallishree mela inaguarate in raygada](https://etvbharatimages.akamaized.net/etvbharat/prod-images/od-rgda-3-pallisrimelainagurate-edited-7202782_26122019174940_2612f_1577362780_513.jpg)
![Chaiti mohastav and pallishree mela inaguarate in raygada](https://etvbharatimages.akamaized.net/etvbharat/prod-images/od-rgda-3-pallisrimelainagurate-edited-7202782_26122019174940_2612f_1577362780_460.jpg)
![Chaiti mohastav and pallishree mela inaguarate in raygada](https://etvbharatimages.akamaized.net/etvbharat/prod-images/od-rgda-3-pallisrimelainagurate-edited-7202782_26122019174940_2612f_1577362780_792.jpg)
![Chaiti mohastav and pallishree mela inaguarate in raygada](https://etvbharatimages.akamaized.net/etvbharat/prod-images/od-rgda-3-pallisrimelainagurate-edited-7202782_26122019174940_2612f_1577362780_366.jpg)
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ