ETV Bharat / state

ଦାମୀ କାରରେ ଗଞ୍ଜେଇ ଚୋରା ଚାଲାଣ, ଦୁଇ ଗିରଫ - raygada cannabis smuggling

ଦାମୀ କାରରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣ ଗିରଫ । କାର ସହ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ । ଅଧିକ ପଢନ୍ତୁ...

ଦାମୀ କାରରେ ଗଞ୍ଜେଇ ଚୋରା ଚାଲାଣ, ଦୁଇ ଗିରଫ
ଦାମୀ କାରରେ ଗଞ୍ଜେଇ ଚୋରା ଚାଲାଣ, ଦୁଇ ଗିରଫ
author img

By

Published : Feb 7, 2021, 8:42 PM IST

ରାୟଗଡା: ପୋଲିସ ଯେତେ ସତର୍କ ହେଉଛି ଗଞ୍ଜେଇ ମାଫିଆ ମଧ୍ୟ ପୋଲିସକୁ ଚକମା ଦେବାପାଇଁ ନୂଆ ନୂଆ ମାଧ୍ୟମ ଆପଣାଉଛନ୍ତି । ପୋଲିସକୁ ଭୂଆଁ ବୁଲେଇବାକୁ ଏବେ ଦାମୀ କାରରେ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଏଭଳି ଏକ କାରକୁ ଜବତ କରିବା ସହ ଦୁଇ ଗଞ୍ଜେଇ ଚାଲାଣକାରିଙ୍କୁ ଗିରଫ କରିବାରେ ସଫଳ ହୋଇଛି ମୁନିଗୁଡା ପୋଲିସ ।

ଦାମୀ କାରରେ ଗଞ୍ଜେଇ ଚୋରା ଚାଲାଣ, ଦୁଇ ଗିରଫ

ଏକ ସୁଇଫ୍ଟ କାରରେ କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧାଣ୍ଡରା ନିକଟ ରେଳବାଇ ଫାଟକ ନିକଟରେ ମୁନିଗୁଡା ପୋଲିସ ଦ୍ୱାରା ଗାଡି ସହିତ ସେଥିରେ ଥିବା ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇକୁ ଜବତ କରିବା ସହ ୨ ଚାଲାଣ କାରୀଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ମୁଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.