ETV Bharat / state

ବିଳମ୍ବିତ ରାତିରେ ବସ୍ ଓଲଟି ଦୁଇଜଣ ଗୁରୁତର - bus accident at rayagada

ଗତ ମଧ୍ୟ ରାତିରେ ହନୁମାନ ନାମକ ଏସ ଘରୋଇ ବସ୍‌ ରାୟଗଡା ଜିଲ୍ଲାର ସୁଙ୍ଗେରଠାରୁ କାଶୀପୁର ଆଡକୁ ଫେରୁଥିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ...

ବିଳମ୍ବିତ ରାତିରେ ବସ୍ ଓଲଟି ଦୁଇଜଣ ଗୁରୁତର
ବିଳମ୍ବିତ ରାତିରେ ବସ୍ ଓଲଟି ଦୁଇଜଣ ଗୁରୁତର
author img

By

Published : Mar 5, 2020, 4:46 PM IST

ରାୟଗଡା: ବିଳମ୍ବିତ ରାତିରେ ବସ୍‌ ଓଲଟି ଦୁଇଜଣ ଗୁରୁତର। ଗତ ମଧ୍ୟ ରାତିରେ ହନୁମାନ ନାମକ ଏସ ଘରୋଇ ବସ୍‌ ରାୟଗଡା ଜିଲ୍ଲାର ସୁଙ୍ଗେରଠାରୁ କାଶୀପୁର ଆଡକୁ ଫେରୁଥିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ବିଳମ୍ବିତ ରାତିରେ ବସ୍ ଓଲଟି ଦୁଇଜଣ ଗୁରୁତର

କାଶୀପୁର ମେଡିକାଲ ଛକ ଗଡାଣିଆରେ ବସଟି ଭାରସାମ୍ୟ ହରାଇ ବ୍ରେକ ମାରିବାରୁ ଓଲଟି ପଡିଥିବା ଜଣାପଡିଛି। ବସ୍‌ଟି ପ୍ରଥମେ ମେଡିକାଲ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରେ ପିଟି ହୋଇ ପରେ ନିକଟରେ ଥିବା ଏକ ପାନ ଦୋକାନ ଉପରେ ଓଲଟି ପଡିଥିଲା ।

ଏଥିରେ ପାନ ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହେଇଯାଇଥିବାବେଳେ ବସ୍‌ ମଧ୍ୟ ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି। ବସ୍‌ ଦୁର୍ଘଟଣାର ଶବ୍ଦ ଶୁଣି ମେଡିକାଲ କର୍ମଚାରୀ ଆସି ପ୍ରଥମେ ବସ୍‌ ଭିତରେ ଥିବା ସୁଙ୍ଗେର ଗ୍ରାମର ଯୁଧିଷ୍ଠିର ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ପାନଦୋକାନ ମାଲିକ ପ୍ରଦୀପ ଗୋପାଳ ଘଟଣା ସମୟରେ ଦୋକାନ ଭିତରେ ଶୋଇଥିବା ଅବସ୍ଥାରେ ବସଟି ପାନ ଦୋକାନରେ ମାଡିଯିବାରୁ ସେ ସମ୍ପୂର୍ଣ୍ଣ ଚାପିହୋଇ ରହିଥିଲା ।

ମେଡିକାଲ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ପ୍ରଦୀପ ଗୋପାଳଙ୍କୁ ଉଦ୍ଧାର କରି ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ସ୍ଥାନାନ୍ତର କରାଯାଇଛି। ତେବେ ଏହି ବସରେ ଡ୍ରାଇଭରକୁ ମିଶାଇ ମାତ୍ର ୪ ଜଣ ଯାତ୍ରୀ ଥିବାବେଳେ ଡ୍ରାଇଭର ସହ ବାକି ୩ ଜଣ ଫରାର ହୋଇଯାଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.