ETV Bharat / state

ରାୟଗଡାରେ ପୁଣି ଗର୍ଜିଲା ଅମଲା ମଞ୍ଚ - ରାୟଗଡାରେ ପୁଣି ଗର୍ଜିଲା ଅମଲା ମଞ୍ଚ

ପ୍ରାରମ୍ଭିକ ସ୍ତରରେ ୯,୩୦୦ ଗ୍ରେଡ ପେ ଓ ନବମ ଗ୍ରେଡ ପେ ୪,୨୦୦ ଦାବିରେ ରାୟଗଡ଼ା ମିଳିତ ଅମଲା ମଞ୍ଚର ଆନ୍ଦୋଳନ । ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ ସ୍ମାରକପତ୍ର । ଅଧିକ ପଢ଼ନ୍ତୁ

ରାୟଗଡାରେ ପୁଣି ଗର୍ଜିଲା ଅମଲା ମଞ୍ଚ
ରାୟଗଡାରେ ପୁଣି ଗର୍ଜିଲା ଅମଲା ମଞ୍ଚ
author img

By

Published : Apr 23, 2023, 10:08 AM IST

ରାୟଗଡାରେ ପୁଣି ଗର୍ଜିଲା ଅମଲା ମଞ୍ଚ

ରାୟଗଡା: ପ୍ରାରମ୍ଭିକ ସ୍ତରରେ ୯,୩୦୦ ଗ୍ରେଡ ପେ ଓ ନବମ ଗ୍ରେଡ ପେ ୪,୨୦୦ ଦାବିରେ ରାୟଗଡ଼ା ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ । ମଞ୍ଚର ରାୟଗଡ଼ା ଅଧ୍ୟକ୍ଷ ଅରୁଣ କୁମାର ପାଢୀ ଏବଂ ଆବାହକ ଚିତରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସଦସ୍ୟ ଆଜି ଅମଲା ସଂଘ ଗୃହ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ । ଏହି ଶୋଭାଯାତ୍ରାରେ ରାୟଗଡା ଜିଲ୍ଲାର ବିଭିନ୍ନ ବିଭାଗରୁ ଜିଲ୍ଲାସ୍ତରୀୟ ଅମଲା ମାନେ ଯୋଗ ଦେଇଥିଲେ ।

ପ୍ରକାଶ ଥାଉ କି, ଦୀର୍ଘ ବର୍ଷ ହେଲା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଉପରେ ଘୋର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଯୋଗ୍ୟତା ରହିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ସମଭାବପନ୍ନ ଅମଲା ସଂଘ ପକ୍ଷରୁ ଦାବିପତ୍ର ଦିଆଯିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି । କିନ୍ତୁ ସମସ୍ତ ଆଲୋଚନାର ଫଳ ଶୂନ୍ୟ ହୋଇଅଛି । ଏହାର ପ୍ରତିବାଦରେ ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିମାନେ ଆଉ ଆଲୋଚନା ନୁହେଁ, ଆନ୍ଦୋଳନତ୍ମକ କାର୍ଯ୍ୟକ୍ରମ ଜରିଆରେ ଦାବି ହାସଲ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ ।

ତେବେ ଯଦି ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ଏକମାତ୍ର ପ୍ରାରମ୍ଭିକ ସ୍ତରରେ ୯,୩୦୦ ଗ୍ରେଡ ପେ ଦାବି ପୂରଣ ନକରନ୍ତି, ତେବେ ଆସନ୍ତା ମେ' ମାସ ୧ ତାରିଖରେ ରାଜ୍ୟ ମିଳିତ ମଞ୍ଚ ସରକାରଙ୍କୁ ଏକ ଚରମ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପେ ରୂପାୟନ କରୁଥିବା କର୍ମଚାରୀଙ୍କ ଦୁଃଖ ସରକାର ବୁଝୁନଥିବା ଏକ କ୍ଷୋଭ ଓ ପରିତାପର ବିଷୟ ବୋଲି ନିଜ ବକ୍ତବ୍ୟରେ ମିଳିତ ମଞ୍ଚ ଅଧ୍ୟକ୍ଷ ଅରୁଣ କୁମାର ପାଢୀ କହିଥିଲେ । ଆଜିର ଆୟୋଜିତ ଏହି ସମାବେଶରେ ମନୋଜ ରଥ, କାଳୀଚରଣ ରଥ, ସନ୍ତୋଷ ନିମାଲା, ଗୋପୀନାଥ ରାଉତ, ରାମ ରଥ, କେ.ଏନ.ସାହୁ, ସୀମା ପଣ୍ଡା, ଜି.ଦିବାକର, ଆର.ନରେଶ, ବିଜୟ କାମ୍ବା, କାଳି ଚରଣ ନାୟକ, ବବିତା ପଣ୍ଡା, ମୋନାଲିସା ଗୌଡ, ପଙ୍କଜିନୀ ଖଣ୍ଡପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.