ରାୟଗଡା: ବିଷମକଟକ ବିଧାନସଭା ମଣ୍ଡଳରେ ଜନସମ୍ବାଦ ରାଲି ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ସୁରେଶ ପୂଜାରୀ ଯୋଗ ଦେବା ସହ ଜନସାଧାରଣକୁ ସମ୍ବୋଧିତ କରିଛନ୍ତି । ବିଜେପି ସରକାରଙ୍କ ବର୍ଷକର ରିପୋର୍ଟ କାର୍ଡ ଭୋଟରଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଭର୍ଚୁଆଲ ରାଲି ଆୟୋଜନ କରାଯାଇଛି ।
ରାଲିରେ ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ନିଜର ବକ୍ତବ୍ୟରେ ମୋଦି ସରକାରଙ୍କ ଜନ ମଙ୍ଗଳକାରୀ ପଦକ୍ଷେପ ସଂପର୍କରେ ଜନତାଙ୍କୁ ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ତିନି ତଲାକ ବିଲ, 370 ଧାରା ଉଚ୍ଛେଦ ଭଳି ନିଆଯାଇଥିବା ବିଭିନ୍ନ ଐତିହାସିକ ପଦକ୍ଷେପ ବିଷୟରେ ସେ ଆଲୋକପାତ କରିଛନ୍ତି। ସେପଟେ ଏହି ରାଲି ସଫଳ ହୋଇଥିବା ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ କହିଛନ୍ତି। ଦଳୀୟ କର୍ମୀ ଓ ଜନସାଧାରଣମାନେ ମୋବାଇଲ ମାଧ୍ୟମରେ ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ ।
ମୁନିଗୁଡା ସ୍ଥିତ ସୈଣ୍ଡିକ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ରାଲିରେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳୀରମ ମାଝି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ରାମଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ