ETV Bharat / state

ବିଭିନ୍ନ ଦାବିରେ ରାୟଗଡା ବିଜେପିର ବିକ୍ଷୋଭ - raygarh bjp protest over electric issue

ରାୟଗଡା ନଗର ଭାରତୀୟ ଜନତା ପାର୍ଟି ତରଫରୁ ବିଦ୍ୟୁତ ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଏବଂ ବିଦ୍ୟୁତ କାଟ ବନ୍ଦ ଦାବି ନେଇ ବିଦ୍ୟୁତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରିୟଦର୍ଶୀ ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ବିଦ୍ୟୁତ ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଏବଂ ବିଦ୍ୟୁତ କାଟ ବନ୍ଦ ପାଇଁ ବିଜେପିର ବିକ୍ଷୋଭ

author img

By

Published : Jun 26, 2021, 7:38 AM IST

ରାୟଗଡା: ରାୟଗଡା ନଗର ଭାରତୀୟ ଜନତା ପାର୍ଟି ତରଫରୁ ଶୁକ୍ରବାର ବିଦ୍ୟୁତ ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଏବଂ ବିଦ୍ୟୁତ କାଟ ବନ୍ଦ ଦାବି ନେଇ ବିଦ୍ୟୁତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରିୟଦର୍ଶୀ ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ନଗର ବିଜେପି ରାୟଗଡା ଅଭିଯୋଗ ଅନୁଯାୟୀ ରାୟଗଡ ନଗରରେ ପ୍ରତିଦିନ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା ବଢ଼ି ଚାଲିଛି, ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଦ୍ୟୁତ ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଏବଂ ବିଦ୍ୟୁତ କାଟ ବନ୍ଦ ପାଇଁ ବିଜେପିର ବିକ୍ଷୋଭ

ଅନ୍ୟପଟେ ବିଦ୍ୟୁତ ଦରବୃଦ୍ଧି ଜାହାକି ବର୍ତ୍ତମାନ (COVID-19) ପରିସ୍ଥିତିରେ ରାଜ୍ୟ ସରକାର ଓଡିଶା ଜନତାଙ୍କ ପିଠିରେ ଛୁରା ମାରିବା ଭଳି କାର୍ଯ୍ୟ କରିଛନ୍ତି । ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ପାଇଁ ଗଠିତ ଓଡିଶା ବିଦ୍ୟୁତ ନିୟମ ଆୟୋଗ (OERC) ବିତରକ କମ୍ପାନୀ ମାନଙ୍କୁ ସୁହାଇଲା ପରି ବ୍ୟବସ୍ଥା କରିବା ଉପଭକ୍ତାଙ୍କ ମୁଣ୍ଡରେ ଚଡକ ପଡିଛି । ତା’ସହିତ ରାୟଗଡା ନଗରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀ ମାନେ ସରକାରଙ୍କ ନିୟମକୁ ମାନି ଦୀର୍ଘ ୨ ମାସ ଯାଏଁ ଦୋକାନ ବନ୍ଦ ରଖିଥିଲେ ସେହି ସମୟର ବିଦ୍ୟୁତ ଶୁଳ୍କ ଛାଡ଼ କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.