ETV Bharat / state

ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେପିର ବିରୋଧ - vaccination certificate

ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋ ଲିଫଲେଟକୁ ନେଇ ରାୟଗଡାରେ ବିଜେପିର ତୀବ୍ର ବିରୋଧ । ଅଧିକ ପଢନ୍ତୁ..

ଟିକାକେନ୍ଦ୍ରରେ ମୁଖ୍ୟ ମନ୍ତ୍ରୀ ନବୀନଙ୍କ ଫୋଟ ଲିଫଲେଟକୁ ନେଇ ବିଜେପିର ବିରୋଧ

author img

By

Published : Jun 22, 2021, 10:43 AM IST

ରାୟଗଡା: ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋ ଲିଫଲେଟକୁ ନେଇ ବିଜେପିର ବିରୋଧ । ସୋମବାର ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ନାଗରିକଙ୍କୁ ଦିଆଯାଉଛି ଟିକା । ହେଲେ ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଲିଫଲେଟ ଦିଆଯିବା ନେଇ ରାୟଗଡ ଜିଲ୍ଲା ସଦର UGMIT କଲେଜ ଟିକା କେନ୍ଦ୍ରରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ବିଜେପି ।

ଟିକାକେନ୍ଦ୍ରରେ ମୁଖ୍ୟ ମନ୍ତ୍ରୀ ନବୀନଙ୍କ ଫୋଟ ଲିଫଲେଟକୁ ନେଇ ବିଜେପିର ବିରୋଧ

ସୋମବାର ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଟୀକାକରଣ ଚାଲିଛି । ହେଲେ ଟିକା କେନ୍ଦ୍ରରେ ଏଭଳି ହୀନ ରାଜନୀତିକୁ ଆମେ ବିରୋଧ କରୁଛୁ ବୋଲି କହିଛି ବିଜେପି । ଏଥିସହ ପ୍ରଶ୍ନ ଉଠିଛି କି, କେନ୍ଦ୍ର ସରକାର ମୁକ୍ତ ଟୀକା ଦେଉଥିବା ବେଳେ ରାଜ୍ୟ ସରକାର ଗୋଳିଆ ପାଣିରେ ମାଛ ମାରିବା ନ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ଲିଫଲେଟକୁ ଲୋକଙ୍କୁ କାହିଁକି ବାଣ୍ଟୁଛନ୍ତି ।

ଏହି ଲିଫଲେଟକୁ ତୁରନ୍ତ ବନ୍ଦ କରିବାକୁ ଅଡି ବସିଛନ୍ତି ବିଜେପି କର୍ମକର୍ତ୍ତା । ଟିକା କେନ୍ଦ୍ରରେ ପୋଲିସ ଏବଂ ମେଡିକାଲ ଅଫିସର ରୋହିତ କୁଣ୍ଡୁ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରି ଲିଫଲେଟ ନ ବାଣ୍ଟିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ସ୍ଥିତି ସ୍ବାଭାବିକ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.