ETV Bharat / state

ଟ୍ରକ ମାଲିକଙ୍କଠୁ ଚାନ୍ଦା ଆଦାୟ ଘଟଣା, ଇଡି ଓ NIA ତଦନ୍ତ ଦାବି କଲା ବିଜେପି

author img

By

Published : Apr 27, 2023, 8:56 AM IST

ନକ୍ସଲ ନାଁରେ ରାୟଗଡା ଟ୍ରକ ୟୁନିୟନ ଟ୍ରକ ମାଲିକଙ୍କଠାରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଅଧିକ ପଢ଼ନ୍ତୁ

crores of rupees collection
crores of rupees collection
ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠାରୁ କୋଟିକୋଟି ଟଙ୍କା ଚାନ୍ଦା ଆଦାୟ ମାମଲା କୁ ନେଇ ସରଗରମ ରାଜନୀତି

ରାୟଗଡା: ନକ୍ସଲ ନାଁରେ ରାୟଗଡା ଟ୍ରକ ୟୁନିୟନ ଟ୍ରକ ମାଲିକଙ୍କ ଠାରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟକୁ ନେଇ ରାଜନୀତି ଜୋର ଧରିଛି । ଏନେଇ ଗତକାଲି(ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ବିଜେପି । ଏହାସହ ଗତ ୧୮ ତାରିଖରୁ ଟ୍ରକ ମାଲିକ ସଂଘ ପକ୍ଷରୁ ଏତଲା ଦିଆଯାଇଥିଲେ ସୁଦ୍ଧା ଘଟଣାରେ ରାୟଗଡା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଦଳ କ୍ଷୋଭ ପ୍ରକାଶ କରିଛି ।

ଅଧିକ ପଢ଼ନ୍ତୁ: କୋଟିଆରେ ଷ୍ଟ୍ରବେରୀ ଚାଷ କରି ପ୍ରଂଶସା ସାଉଁଟିଲେ ଚାଷୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ବାସନା ଗେମେଲ

ବିଜେପି ନେତା ବସନ୍ତ ଉଲାକା କହିଛନ୍ତି, ‘‘ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ସରକାର ଏହାକୁ ଇଡି ଏବଂ ଏନ୍ଆଇଏ ତଦନ୍ତ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରନ୍ତୁ । ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ଧରି ଚାଲିଥିବା ଟ୍ରକ ୟୁନିୟନରେ 150 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ରହିଛି । ଯାହାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) କରି ପ୍ରକୃତ ରହସ୍ୟକୁ ଲୋକଲୋଚନକୁ ଆଣୁ । ପୂର୍ବତନ ବିଜେଡି ସାଂସଦ ଦୀର୍ଘ ବର୍ଷଧରୀ ଟ୍ରକ ୟୁନିୟନ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ତୁରନ୍ତ ପୂର୍ବତନ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯାଉ । ବିଜେଡି ଦଳର ନେତା ଏଭଳି କାମ କରିବା ନିନ୍ଦନୀୟ । ତେବେ ପ୍ରତି ବର୍ଷ ୩ରୁ ୪ କୋଟି ଟଙ୍କା ଆତ୍ମସାତ କରାଯାଉଥିଲା ।’’

ଅଧିକ ପଢ଼ନ୍ତୁ: Money laundering charges: ଗିରଫ TMC ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅକୁ ବାନ୍ଧିଲା ED

ଏହାସହ ଉଲାକା କହିଛନ୍ତି,‘‘ ଗତକିଛି ଦିନ ମଧ୍ୟରେ ରାୟଗଡାରେ ନକ୍ସଲ କାର୍ଯ୍ୟକଳାପ ବଢୁଥିବା ବେଳେ ନକ୍ସଲଙ୍କୁ ପୂର୍ବତନ ସାଂସଦ ଟଙ୍କା ଫଣ୍ତିଂ କରୁଥିବା ଅଭିଯୋଗ କରିଛି ଦଳ । ଅଭିଯୋଗର ସତ୍ୟତା ପ୍ରମାଣ କରିବା ସହ ଯଦି ଅଭିଯୋଗ ମିଥ୍ୟା ହୋଇଥାଏ ତେବେ ଟ୍ରକ ମାଲିକ ସଂଘ ନାମରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଅଭିଯୋଗ ସମ୍ପର୍କରେ ପୋଲିସ କୌଣସି ପଦକ୍ଷେପ ନନେଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ’’

ଅଧିକ ପଢ଼ନ୍ତୁ: ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ !

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.