ETV Bharat / state

ରାୟଗଡାରେ ସମସ୍ତ ଆସନ ଜିତିବ ବିଜେଡ଼ି: ଭାସ୍କର ରାଓ - ଏନ ଭାସ୍କର ରାଓଙ୍କୁ ଭବ୍ୟ ସ୍ବାଗତ

ରାୟଗଡା ଜିଲ୍ଲାକୁ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ଆସନ୍ତା ନିର୍ବାଚନରେ ଜିଲ୍ଲାରେ ସମସ୍ତ ଆସନ ଜିତିବ ବିଜେଡି ବୋଲି କହିଛନ୍ତି ନବ ନିଯୁକ୍ତ ରାଜ୍ୟ ଉପସଭାପତି ଭାସ୍କର ରାଓ ।

state vice president Bhaskar Rao on 2024
bjd state vice president Bhaskar Rao
author img

By

Published : Jul 20, 2023, 2:00 PM IST

bjd state vice president Bhaskar Rao

ରାୟଗଡା: ଜିଲ୍ଲାର ସମସ୍ତ ଆସନରେ ଜିତିବ ବିଜେଡ଼ି । ଦଳକୁ ଯଥେଷ୍ଟ ସମର୍ଥନ ରହିଛି । ବିଜେଡି ପ୍ରତି ଭଲ ପାଇବା ରହିଛି । 2024ରେ ରାୟଗଡାରେ ସମସ୍ତ ଆସନ ଜିତିବ ବୋଲି କହିଛନ୍ତି ନବ ନିଯୁକ୍ତ ବିଜେଡି ରାଜ୍ୟ ଉପସଭାପତି ଭାସ୍କର ରାଓ । ଉପସଭାପତି ଭାବେ ମନୋନୀତ ହୋଇ ଭୁବନେଶ୍ୱର ଠାରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ ଗତ ଦୁଇଦିନ ଧରି ବୈଠକ ପରେ ରାୟଗଡ଼ା ଫେରିଥିଲେ ନବ ନିଯୁକ୍ତ ରାଜ୍ୟ ଉପସଭାପତି ଭାସ୍କର ରାଓ ।

ଏହି ଅବସରରେ ସେ ପ୍ରତିକ୍ରିୟା ରଖି କହିଥିଲେ,'' ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରିବ । ଏହା ସହ ଜିଲ୍ଲାର ସମସ୍ତ ବିଧାନସଭା ଏବଂ କୋରାପୁଟ ଲୋକସଭା କ୍ଷେତ୍ରରେ ବିଜୟ ଲାଭ କରିବ । ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ହେଲେ ଆମେ ସେଥିପାଇଁ ପ୍ରସ୍ତୁତ ରହିଛୁ । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟନାୟକଙ୍କୁ ଲୋକ ଭଲ ପାଉଛନ୍ତି । ଆଉ ମୋ ଉପରେ ଭରସା ରଖି ମୁଖ୍ୟମନ୍ତ୍ରୀ ରାଜ୍ୟ ଉପସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି । ସମସ୍ତ ଦଳୀୟ ପଦାଧିକାରୀ ଓ କର୍ମୀଙ୍କୁ ନେଇ ଆଗାମୀ ନିର୍ବାଚନ ଆମେ ଲଢ଼ିବୁ । ରାୟଗଡା ଜିଲ୍ଲାକୁ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ଲୋକଙ୍କୁ ଏକଜୁଟ କରିବାକୁ ଯେଉଁ ଦାୟିତ୍ବ ମିଳିଛି ତାକୁ ତୁଲାଇବୁ ।''

ଏହା ବି ପଢନ୍ତୁ...ରାୟଗଡାରେ ଡିଆରଏମ ଅନୁପ ଶତପଥୀ, ରେଳ ଷ୍ଟେସନ ନବୀକରଣ ପାଇଁ ଖର୍ଚ୍ଚ ହେବ 230 କୋଟି
ଏହା ବି ପଢନ୍ତୁ...BJD Executive Meeting: ବିଧାନସଭା ନିର୍ବାଚନ ପାଇଁ ପାଗ ଭିଡା, ନିଆଳିରେ ବିଜେଡି ବୈଠକ

ବିଜେଡ଼ି ରାଜ୍ୟ ଉପସଭାପତି ଭାବେ ଦାୟିତ୍ବ ମିଳିବା ପରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉପସଭାପତି ଭାବେ ମନୋନୀତ ହୋଇ ଭୁବନେଶ୍ୱର ଠାରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ ଗତ ଦୁଇଦିନ ଧରି ବୈଠକ ପରେ ରାୟଗଡ଼ା ଫେରିଥିଲେ ନବ ନିଯୁକ୍ତ ରାଜ୍ୟ ଉପସଭାପତି ଭାସ୍କର ରାଓ । ରାୟଗଡ଼ା ଫେରିବା ବାଟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳର ନେତା ଓ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଗୁଣୁପୁର ନିର୍ବାଚନ ମଣ୍ଡଳୀର କେନ୍ଦୁଗୁଡ଼ା ଠାରୁ ଆରମ୍ଭ କରି ପଦ୍ମପୁର, ଗୁମୁଡ଼ା, ରାମନାଗୁଡ଼ା, ବିଷମକଟକ ନିର୍ବାଚନ ମଣ୍ଡଳୀର କୋଲନରା, ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଅମଳାଭଟ୍ଟା, ଜେକେପୁର, କୋତାପେଟା, ଖଲିଗୁଡ଼ା ଓ ଶେଷରେ ରାୟଗଡ଼ା ସହରରେ ସ୍ଥାନେ ସ୍ଥାନେ କର୍ମୀ ଉପସ୍ଥିତ ରହି ଭାସ୍କରଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଇଟିିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.