ETV Bharat / state

ରାୟଗଡାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ, ଉପସ୍ଥିତ ରହିଲେନି ଆଗ ଧାଡିର ନେତା

author img

By

Published : Oct 15, 2022, 9:05 AM IST

ଦୀର୍ଘ ଦିନ ପରେ ରାୟଗଡାରେ ଉଦଘାଟନ ହେଲା ବିଜେଡି କାର୍ଯ୍ୟାଳୟ । ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ନାହିଁ ଦଳର ଆଗ ଧାଡିର ନେତା । ଅଧିକ ପଢନ୍ତୁ

ରାୟଗଡାରେ ଉଦଘାଟନ ହେଲା ବିଜେଡି କାର୍ଯ୍ୟାଳୟ
ରାୟଗଡାରେ ଉଦଘାଟନ ହେଲା ବିଜେଡି କାର୍ଯ୍ୟାଳୟ

ରାୟଗଡା: ଜିଲ୍ଲାରେ ଉଦଘାଟନ ହେଲା ବିଜେଡି କାର୍ଯ୍ୟାଳୟ (BJD office inaugurated in Rayagada )। ଦୀର୍ଘ ଦିନର ଅପେକ୍ଷା ପରେ ରାୟଗଡାରେ ବିଜେଡି କାର୍ଯ୍ୟାଳୟର ଉଦଘାଟନ ହେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିନଥିଲେ ଦଳର ଆଗ ଧାଡିର ନେତା । ଜିଲ୍ଲାର ରିଂ ରୋଡ ଠାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବର୍ତ୍ତମାନର ଚାନ୍ଦିଲି ସରପଞ୍ଚ ପେଦେଣ୍ଟି ରାମୁଲୁ ଏହାର ଉଦଘାଟନ କରିଥିଲେ ।

ରାୟଗଡାରେ ଉଦଘାଟନ ହେଲା ବିଜେଡି କାର୍ଯ୍ୟାଳୟ

ବରିଷ୍ଠ ନେତା ୱାଇ. ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ) ଏହି କାର୍ଯ୍ୟାଳୟ ସ୍ଥାପନା କରିବାର ମୁଖ୍ୟଭୂମିକା ଗ୍ରହଣ କରିଛନ୍ତି । ଭେଙ୍କେଟେଶ୍ୱରଙ୍କ ନେତୃତ୍ବରେ ଶୁକ୍ରବାର ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ବିଶାଳ ରାଲିରେ ଶତାଧିକ କର୍ମୀ ସହର ପରିକ୍ରମା କରିଥିଲେ । ଏହାପରେ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରାଯାଇ ବିଜେଡିର କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡିପାରେ ଦଫା 370, ମିଳିନ ପାରେ ଅର୍ଚ୍ଚନା ନାଗକୁ ଜାମିନ

ଉଦଘାଟନ ପରେ ପେଦେଣ୍ଟି ରାମୁଲୁ, ପି. ଗୌରୀଶଙ୍କର ଓ ୱାଇ.ଭେଙ୍କେଟେଶ୍ୱର କହିଛନ୍ତି ଯେ, ''ଏହି କାର୍ଯ୍ୟାଳୟ କର୍ମୀଙ୍କ ପାଇଁ ସ୍ଥାପନା ହୋଇଛି । ପ୍ରତିଦିନ କର୍ମୀ ଏହି କାର୍ଯ୍ୟାଳୟକୁ ଆସି ଦଳୀୟ କାର୍ଯ୍ୟରେ ସାମିଲ ହେବେ । ଏଥିସହ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଯାହାର କିଛି ସମସ୍ୟା ରହିଛି ତାହା ଏହି କାର୍ଯ୍ୟାଳୟ ଜରିଆରେ ସମାଧାନ କରାଯିବ । ପୂର୍ବରୁ କର୍ମୀଙ୍କ ବସିବା ପାଇଁ ସ୍ଥାନ ନଥିଲା । ହେଲେ ବର୍ତ୍ତମାନ ଏହି ସମସ୍ୟା ଦୂର ହୋଇଛି ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଥିଲେ'' ।

ଏହା ମଧ୍ୟ ପଢନ୍ତୁ-ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା !

ବିଜେଡି କାର୍ଯ୍ୟାଳୟ ଉଦଘାଟନ ଉତ୍ସବରେ ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସ, ଜିଲ୍ଲାର ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଓ ଯୁବ, ମହିଳା ବା ଛାତ୍ର ସଂଗଠନର ମୁଖିଆଙ୍କୁ ଦେଖିବାକୁ ମିଳିନଥିଲା । ଉଦଘାଟନୀ କାର୍ଯ୍ୟକ୍ରମ ପରେ ବିଜେଡି ମହଲରେ ଏକ ବିରାଟ ପରିବର୍ତ୍ତନର ଚର୍ଚ୍ଚା ଜିଲ୍ଲାରେ ଲାଗିରହିଥିବା ବେଳେ ଆଗକୁ ବିଜେଡି ରାଜନୀତିରେ ସମୀକରଣ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକ କହିଛନ୍ତି । ତେବେ ବିଜେଡିର ଏହି ଆଗଧାଡିର ନେତା କାହିଁକି ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଲେ ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.