ETV Bharat / state

ଫେଲ ମାରିଲା 'ଆମ ଗାଁ ଡୋଲି', ୭କିମି ଖଟିଆରେ ବୁହାହେଲେ ଗର୍ଭବତୀ - bike ambulance service failed

ରାୟଗଡା ଜିଲ୍ଲାରେ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ସରକାରଙ୍କ ଦ୍ବାରା ଆମ ଗାଁ ଡୋଲି ସେବା ଆରମ୍ଭ ହୋଇଥିଲା । କିନ୍ତୁ ଏହି ଯୋଜନା ଗଲା କୁଆଡେ । ଗାଁରେ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକେ ବାଧ୍ୟ ହୋଇ ୭କିମି ଖଟିଆରେ ବୋହି ଆଣିବା ଦୃଶ୍ୟ ଏହି ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 3, 2019, 3:38 PM IST

Updated : Aug 3, 2019, 4:08 PM IST

ରାୟଗଡା: ଜିଲ୍ଲାର ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଆମ ଗାଁ ଡୋଲି ଓ ବାଇକ୍‌ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହି ବ୍ୟବସ୍ଥା ଫେଲ ମାରିଛି । ଫଳରେ ଜଣେ ଗର୍ଭବତୀ ୭କିମି ଖଟିଆରେ ବୁହା ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଡିମିରିଗୁଡା ପଞ୍ଚାୟତ ଅନ୍ତର୍ଗତ କଟାଙ୍ଗ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେହି ଗାଁରେ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକେ ବାଧ୍ୟ ହୋଇ ୭କିମି ଖଟିଆରେ ବୋହି ଆଣିବାର ଦୃଶ୍ୟ ଏବେ ଚର୍ଚ୍ଚାରେ । ସେହି ଗାଁର ଅର୍ଗୁଲି ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଏବଂ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ପରିବାର ଲୋକଙ୍କ ସମତେ ଏଏନମ ଓ ଆଶା ଦିଦି ଅର୍ଗୁଲିଙ୍କୁ କଟାଙ୍ଗ ଠାରୁ ଅମଡାପଦର ଯାଏଁ ଖଟିଆରେ ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ଅର୍ଗୁଲିଙ୍କୁ ଅମ୍ବାଦଳା ଡାକ୍ତରଖାନାରେ ପହଞ୍ଚାଇବାପରେ ମହିଳା ଜଣକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ତେବେ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତା ନଥିବା ଯୋଗୁଁ ଜରୁରୀକାଳୀନ ପରିସ୍ଥିତିରେ ରୋଗୀମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଦ୍ବାରା ପ୍ରଦତ୍ତ ବାଇକ ଆମ୍ବୁଲାନ୍ସ କିମ୍ବା ଆମ ଗାଁ ଡୋଲି ଗଲା କୁଆଡେ । ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏସବୁ ବ୍ୟବସ୍ଥା ଥିବା ସତ୍ତ୍ବେ ଗରିବ ରୋଗୀଟିଏ ଏଥିରୁ ବଞ୍ଚିତ ରହୁଛି ।

ରାୟଗଡରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କେତେବେଳେ ରାସ୍ତା ଥାଇ ଆମ୍ବୁଲାନ୍ସ ଆସିପାରୁନି ତ ପୁଣି କେତେବେଳେ ରାସ୍ତା ଅଭାବରୁ ରୋଗୀଙ୍କ ପାଖରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ଫଳରେ ଗର୍ଭବତୀ ଟିଏକୁ ମାଇଲ ମାଇଲ ଭାରରେ ବୋହିବା ଭଳି ନିତିଦିନିଆ ଦୄଶ୍ୟ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ର ଡିମିରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାଙ୍ଗ ଗ୍ରାମରେ । ସେହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ରାସ୍ତା ନଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ୭କିମି ଖଟିଆରେ ବୋହି ଆଣିବା ଦୃଶ୍ୟ ଏବେ ଚର୍ଚ୍ଚା ବଢାଇଛି ରାୟଗଡା ଜିଲ୍ଲାରେ । ସେହି ଗ୍ରାମର ଅର୍ଗୁଲି ମାଝୀ ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଗାଁ କୁ ଆମ୍ବୁଲାନ୍ସ ଜିବା ପାଇଁ ରାସ୍ତା ନଥିବାରୁ ପରିବାର ଲୋକଙ୍କ ସମତେ ଏ ଏନ ମ ଓ ଆଶା ଦିଦି ଅର୍ଗୁଲି ଙ୍କୁ କଟାଙ୍ଗ ଠାରୁ ଅମଡାପଦର ଯାଏଁ ଖଟିଆ ରେ ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ, ଅର୍ଗୁଲି ଙ୍କୁ ଅମ୍ବାଦଳା ଡାକ୍ତରଖାନାରେ ପହଞ୍ଚାବାପରେ ମହିଳା ଜଣକ ଶିଶୁ ପୁତ୍ର କୁ ଜନ୍ମ ଦେଇଛନ୍ତି ।ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତା ନଥିବା ଯୋଗୁଁ ଜରୁରୀ କାଳୀନ ପରିସ୍ଥିତିରେ ରୋଗୀମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଦ୍ବାରା ପ୍ରଦତ ବାଇକ ଆମ୍ବୁଲାନ୍ସ କିମ୍ବା ଆମ ଗାଁ ଡୋଲି ଗଲା କୁଆଡ଼େ । ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏସବୁ ବ୍ୟବସ୍ଥା ଥିବା ସତ୍ବେ ଗରିବ ରୋଗିଟିଏ ଏଥୀରୁ ବଞ୍ଚିତ ରହୁଛି ।

ବାଇଟ - ଡ.ଶକ୍ତି ମହାନ୍ତି (ସିଡିଏମ୍ଓ ,ରାୟଗଡା)Body:କConclusion:ଖ
Last Updated : Aug 3, 2019, 4:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.