ETV Bharat / state

ଭାରତ ବନ୍ଦର ଦ୍ବିତୀୟ ଦିନ: ରାୟଗଡାରେ ଦେଖିବାକୁ ମିଳିଛି ପ୍ରଭାବ - ଭାରତ ବନ୍ଦ ପାଳନ

ଭାରତ ବନ୍ଦର ଆଜି ଦ୍ବିତୀୟ ଦିନ । ଏନେଇ ରାୟଗଡା ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାରେ 12ଗୋଟି ଦାବିକୁ ନେଇ 2 ଦିନିଆ ଭାରତ ବନ୍ଦ ଡାକାରର ଦ୍ବିତୀୟ ଦିନରେ ମଜୁଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢ଼ନ୍ତୁ

bharat band impact on rayagada
ଭାରତ ବନ୍ଦର ଦ୍ବିତୀୟ ଦିନ: ରାୟଗଡ଼ାରେ ଦେଖିବାକୁ ମିଳିଛି ପ୍ରଭାବ
author img

By

Published : Mar 29, 2022, 10:05 PM IST

ରାୟଗଡ଼ା: ଭାରତ ବନ୍ଦର ଆଜି ଦ୍ବିତୀୟ ଦିନ । ଏନେଇ ରାୟଗଡା ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାରେ 12ଗୋଟି ଦାବିକୁ ନେଇ 2 ଦିନିଆ ଭାରତ ବନ୍ଦ ଡାକାରର ଦ୍ବିତୀୟ ଦିନରେ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭାରତ ବନ୍ଦର ଦ୍ବିତୀୟ ଦିନ: ରାୟଗଡ଼ାରେ ଦେଖିବାକୁ ମିଳିଛି ପ୍ରଭାବ

ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ, ଗୁଣପୁର , ବିଷମକଟକ , ରମାନାଗୁଡା , ରାୟଗଡା ସହରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଲିଛି। ଦୁଇ ଚକିଆ ଛାଡି ବାକି ସବୁ ଗାଡି ବନ୍ଦ ରହିଛି । ଗତକାଲି ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଆଜି ଖୋଲା ରହିଛି । ଦିନକୁ ଦିନ ଦର ଦାମ ବୃଦ୍ଧି ସାଙ୍ଗକୁ ଖାଇବା ତେଲ, ପେଟ୍ରୋଲ ଓ ଡିଜେଲ ଆହେତୁକ ଦର ବୃଦ୍ଧି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସଙ୍କଟ ସାଜିଛି। ସେହିଭଳି ଗୁଣୁପୁର ଅଞ୍ଚଳରେ ଭାରତ ବନ୍ଦ ଡାକରାର ବେଶ ପ୍ରଭାବ ପଡ଼ିଛି। ଗୁଣପୁର ଠାରୁ ପରଳlଖେମୁଣ୍ଡି ମୁଖ୍ୟ ରାସ୍ତା ନାଗଭୂଷଣ ପ୍ରତିମୂର୍ତ୍ତି ବାଇପାସ ଛକ ଠାରେ ଅବରୋଧ କରାଯାଇଥିଲା । ତାସାଙ୍ଗକୁ ଆନ୍ଦୋଳନ କାରୀଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା। ତେବେ ଏହି ଧର୍ମଘଟ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.