ETV Bharat / state

ଗୌରୀ ମିଶ୍ର ହତ୍ୟା ମାମଲା; ପୁଣି ୪ ଅଭିଯୁକ୍ତ ଗିରଫ, ଏବେ ମଧ୍ଯ ୨ ମୁଖ୍ୟ ଅଭିଯୁକ୍ତ ଫେରାର

author img

By

Published : Jul 2, 2023, 10:39 PM IST

ବହୁ ଚର୍ଚ୍ଚିତ ଗୁଣୁପୁର ଡବଲ ମର୍ଡର ଘଟଣାରେ ପୁଣି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ତେବେ ଏବେ ମଧ୍ୟ ୨ ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଅଧିକ ପଢ଼ନ୍ତୁ

ଗୌରୀ ମିଶ୍ର ହତ୍ୟା ମାମଲା
ଗୌରୀ ମିଶ୍ର ହତ୍ୟା ମାମଲା

ରାୟଗଡ଼ା: ବହୁ ଚର୍ଚ୍ଚିତ ଗୁଣୁପୁର ଡବଲ ମର୍ଡର ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଗୌରୀ ମିଶ୍ର ଏବଂ ଭି.ରାଜେଶଙ୍କ ହତ୍ୟା ଘଟଣାରେ ପୋଲିସ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା । ରବିବାର ଆର.କ୍ରିଷ୍ଣାଙ୍କ ଭାଇ ଆର.ରାମାରାଜୁ, ବାପା ଆର.ଜଗନ୍ନାଥ ଏବଂ ମାମୁଁ ଡି.ଭେଙ୍କେଟ ରାଓ ଓ ଗୁଡାରୀର ଆକାଶ କୁମାର ବାଦାପୁଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଗୁଣୁପୁର ଥାନା ଅଧିକାରୀ ନୀଳାମ୍ବର ଜାନି । ଆଜି ଏହି ୪ ଜଣଙ୍କୁ ଗୁଣୁପୁର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ନିଳାମ୍ବର ଜାନି ସୂଚନା ପ୍ରଦାନ କରିଛନ୍ତି । ପ୍ରଥମେ ଗୌରୀ ମିଶ୍ରଙ୍କୁ ହତ୍ୟା କରାଯାଇଥିବାବେଳେ ସୁପାରୀ କିଲର୍‌ ଭି.ରାଜେଶଙ୍କୁ ଗତ ୧୯ ତାରିଖରେ ବିଶାଖାପାଟଣାର ଆନନ୍ଦପୁରମ ଅଞ୍ଚଳରେ ହତ୍ୟା କରି ପୋତି ଦିଆଯାଇଥିଲା ।

ଗତ ୧୩ ତାରିଖ ରାତିରେ ସହରର ପୁରୁଣା ଷ୍ଟେଟ୍‌ବ୍ୟାଙ୍କ ସାହିର ଆଶା ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫) ବିକ୍ରମପୁରସ୍ଥିତ ଓଭରବ୍ରିଜ ନିକଟରେ ସାଙ୍ଗ ମେଳିରେ ଥିବାବେଳେ ଅଚାନକ ଏକ ବାଇକରେ କିଛି ବ୍ୟକ୍ତି ଆସି ଅତି ନିକଟରୁ ଗୁଳି କରି ହତ୍ୟା କରି ଚମ୍ପଟ ମାରିଥିଲେ । ତେବେ ଗୌରୀ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ଗୁଣୁପୁରର ଆର.ଜଗନ୍ନାଥଙ୍କ ପରିବାର ଭି.ରାଜେଶଙ୍କୁ ସୁପାରୀ ଦେଇଥିବା ଜଣାପଡ଼ିଥିଲା । ରାଜେଶ ନିଜ ଦୁଇ ସହୋଯୋଗୀଙ୍କ ସହିତ ଏକ ମୋଟର ସାଇକେଲରେ ଯାଇ ବିକ୍ରମପୁରସ୍ଥିତ ଓଭରବ୍ରିଜ ନିକଟରେ ସାଙ୍ଗ ମେଳିରେ ଗୌରୀ ମିଶ୍ର ଥିବାବେଳେ ଅତି ନିକଟରୁ ଗୁଳିକାରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଏଥିପାଇଁ ଆର.ଜଗନ୍ନାଥଙ୍କ ପରିବାର ଭି.ରାଜେଶଙ୍କୁ ୧୮ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଅଗ୍ରିମ ଆକାରରେ ପ୍ରଥମେ ଏକ ଲକ୍ଷ ପରେ ୯୦ ହଜାର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଗୁଣୁପୁର ଗୌରୀ ମିଶ୍ର ହତ୍ୟାକାଣ୍ଡକୁ ବିତିଲା 30 ଦିନ, ହତ୍ୟାକାରୀରେ ପତ୍ତା ପାଉନି ପୋଲିସ

ହେଲେ ଏଥିରେ ସନ୍ତୁଷ୍ଟ ନହୋଇ ରାଜେଶ ଅଧିକ ୧୨ ଲକ୍ଷ ଦାବି କରିଥିଲା । ଟଙ୍କା ନଦେଲେ କଥା ପ୍ରଘଟ କରିବାର ଧମକ ଦେବା ଯୋଗୁଁ ଟଙ୍କା ଦେବା ବାହାନାରେ ରାଜେଶଙ୍କୁ ବିଶାଖାପାଟଣା ଡାକି ବିଶାଖାପାଟଣାର ଆନନ୍ଦପୁର ଥାନା ଅନ୍ତର୍ଗତ ଗୁଣ୍ଡିଗୁଣ୍ଟା ଗାଁ ନିକଟରେ ଥିବା ଜଙ୍ଗଲରେ ହତ୍ୟା କରି ପୋତି ଦେଇଥିଲେ । ପରେ ଆନନ୍ଦପୁର ପୋଲିସ ସହାୟତାରେ ଭି.ରାଜେଶଙ୍କ ମୃତଦେହ ଉଦ୍ଧାର କରିଥିଲା ଗୁଣୁପୁର ପୋଲିସ । ତେବେ ଗୁଣୁପୁର ସହରରେ ଆର.ଜଗନ୍ନାଥଙ୍କ ୨ ଏକର ୪୦ ଡିସିମିଲ ମୂଲ୍ୟବାନ ଜମିକୁ ଗୌରୀ ମିଶ୍ର ମାତ୍ର ଅଳ୍ପ କିଛି ଟଙ୍କାରେ ହାତେଇ ନେବାକୁ ପୂର୍ବରୁ ଚୁକ୍ତିବଦ୍ଧ ହେବାକୁ ନେଇ ମୃତ ଗୌରୀ ମିଶ୍ର ଓ ଅଭିଯୁକ୍ତ ଆର କ୍ରିଷ୍ଣାଙ୍କ ସହ ବିବାଦ ଲାଗି ରହିଥିଲା । ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ କ୍ରିଷ୍ଣା ତାଙ୍କ ଶଳା ଆକୁଲୁ ଗୋବିନ୍ଦା ଓରଫ ସିକେଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲା । ତେବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ୨ ଜଣ ଏବେ ମଧ୍ୟ ଫେରାର ରହିଥିବା ବେଳେ ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ରାୟଗଡା ଏସ୍‌ପି ବିବେକାନନ୍ଦ ଶର୍ମା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.