ETV Bharat / state

ଦଶମ ପରୀକ୍ଷା ଫଳରେ ସାଂଘାତିକ ବ୍ୟତିକ୍ରମ, ନବମରେ ଟିସି ନେଇଥିବା ଛାତ୍ର ଦଶମ ପାସ୍ - ଟିସି

ଦଶମ ପରୀକ୍ଷା ଫଳରେ ସାଂଘାତିକ ବ୍ୟତିକ୍ରମ । ରାୟଗଡ଼ାରେ ନବମରେ ଟିସି ନେଇଥିବା ବ୍ୟକ୍ତି ଦଶମ ପାସ କରିଥିବା ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ...

ଦଶମ ପରୀକ୍ଷା ଫଳରେ ସାଂଘାତିକ ବ୍ୟତିକ୍ରମ, ନବମରେ ଟିସି ନେଇଥିବା ଛାତ୍ର ଦଶମ ପାସ୍

author img

By

Published : Aug 26, 2021, 7:40 PM IST

ରାୟଗଡ଼ା: ମହାମାରୀ କରୋନା ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବାନ୍ଧି ଦେଇଥିବାବେଳେ ସଦ୍ୟ ପ୍ରକାଶିତ ଦଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଅନେକ ମେଧାବୀଙ୍କୁ ଏହାକୁ ନେଇ ନିରାଶ ଥିବାବେଳେ ଅନ୍ୟମାନେ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ନବମ ଶ୍ରେଣୀରେ ଟିସି (ବଦଳି ପ୍ରମାଣପତ୍ର) ନେଇଥିବା ଛାତ୍ର ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଘଟଣା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ଦଶମ ପରୀକ୍ଷା ଫଳରେ ସାଂଘାତିକ ବ୍ୟତିକ୍ରମ, ନବମରେ ଟିସି ନେଇଥିବା ଛାତ୍ର ଦଶମ ପାସ୍

ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପିଣ୍ଟୁ ମାଝି ଚଳିତ ବର୍ଷ ଜାନୁଆରୀ ମାସ 18 ତାରିଖ ଦିନ ନବମ ଶ୍ରେଣୀରେ ଅଧାରୁ ପାଠ ଛାଡିଥିବା ସହ ଅନ୍ୟତ୍ର ପାଠପଢିବା ପାଇଁ ବିଦ୍ୟାଳୟରୁ ଟିସି ନେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖୋରା ପିଣ୍ଟୁଙ୍କୁ ଟିସି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ତେବେ ଟିସି ନେବା ପରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ପିଣ୍ଟୁ 272 ନମ୍ବର ରଖି ‘ଡି’ଗ୍ରେଡରେ ପାସ କରିଛନ୍ତି । ଆଉ ଏପରି ବ୍ୟତିକ୍ରମ ଟିକିରି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ବିଦ୍ୟାଳୟରେ ମୋଟ 217 ଜଣ ଦଶମ ଶ୍ରେଣୀ ପିଲାଙ୍କ ମାର୍କ ଟେବୁଲେସନ୍ ହୋଇ ମାର୍ଚ୍ଚ ମାସରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା ।

ଟିସି ନେଇଥିବା ପିଣ୍ଟୁଙ୍କ ନାମକୁ ମଧ୍ୟ ଅନଲାଇନ୍ ମାଧ୍ୟମରେ 217 ଛାତ୍ରଛାତ୍ରୀଙ୍କ ତାଲିକାରେ ସାମିଲ କରାଯାଇଥିଲା । ଫଳରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ର ପିଣ୍ଟୁଙ୍କୁ ତାଲିକାଭୁକ୍ତ କଲେ ନାଁ ଭୁଲବଶତଃ ତାଙ୍କ ନାମ ରହିଯାଇଥିଲା ତାହା ତଦନ୍ତ ସାପେକ୍ଷ । କିନ୍ତୁ ଏପରି ଗୁରୁତ୍ବର ବ୍ୟତିକ୍ରମକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ର ପିଣ୍ଟୁ ପାସ କରିଥିବା ସୂଚନା ଥାଇ ମଧ୍ୟ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦକୁ ଅବଗତ କରିନଥିଲେ ।

ଏନେଇ ଆମେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ଘଟଣାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ରଖିନାହାନ୍ତି । ଅନଲାଇନ୍ ମାଧ୍ୟମରେ ମାର୍କ ପ୍ରେରଣ କରିବା ସମୟରେ ଏପରି ବ୍ୟତିକ୍ରମ ହୋଇଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏପରି ଘଟଣା ଉପରେ ମାଧ୍ୟମିକ ଶିକ୍ଷା ପରିଷଦ କଣ ପଦକ୍ଷେପ ନେବ ତାକୁ ଦେଖିବାକୁ ଅପେକ୍ଷା ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.