ETV Bharat / state

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଏତେ ଭୟ କାହିଁକି ? ନିମନ୍ତ୍ରଣ ପରେ ତଡିଦେଲେ - ସାମ୍ବାଦିକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର ରାୟଗଡା

ପ୍ରଥମେ ନିମନ୍ତ୍ରଣ କରି ବୈଠକରେ ଅତିଥି ଚର୍ଚ୍ଚା, ଆଉ ଠିକ ୧୦ ମିନିଟ ପରେ ସାମ୍ବାଦିକଙ୍କୁ ବୈଠକରୁ ତଡ଼ି ଦେବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଏତେ ଭୟ କାହିଁକି ? ନିମନ୍ତ୍ରଣ ପରେ ତଡିଦେଲେ

author img

By

Published : May 28, 2022, 9:44 AM IST

ରାୟଗଡା: ପ୍ରଥମେ ନିମନ୍ତ୍ରଣ କରି ବୈଠକରେ ଅତିଥି ଚର୍ଚ୍ଚା, ଆଉ ଠିକ ୧୦ ମିନିଟ ପରେ ସାମ୍ବାଦିକଙ୍କୁ ବୈଠକରୁ ତଡ଼ି ଦେବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲା ପରିଷଦ ବୈଠକ ପାଇଁ ସମସ୍ତ ଖବରଦାତାମାନଙ୍କୁ ଉପସ୍ଥିତ ରହିବାକୁ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ । ଯଥା ସମୟରେ ଖବରଦାତାମାନେ ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ ଯୋଗଦାନ କରିଥିଲେ ।

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଏତେ ଭୟ କାହିଁକି ? ନିମନ୍ତ୍ରଣ ପରେ ତଡିଦେଲେ

ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନବନିର୍ବାଚିତ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନାଙ୍କୁ ଶପଥ ପାଠ କରାଇବାର କିଛି ସମୟ ପରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ଅନୁସୂଚୀତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରାକା, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଉପସ୍ଥିତି ସତ୍ତ୍ବେ ଜିଲ୍ଲାପାଳଙ୍କୁ କେହି ମଧ୍ୟ ପ୍ରତିବାଦ କରିନଥିଲେ ।

ଫଳରେ ଗଣମାଧ୍ୟମ ପ୍ରତିନିଧି ମାନେ ଗେଟ୍ ଆଗରେ ଧାରଣା ଦେବାସହ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ । ପରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ଏଭଳି ଭୁଲର ପୁନରାବୃତ୍ତି ନକରିବାକୁ ପ୍ରତିଶୃତି ଦେବାସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଭାଗୃହକୁ ପାଛୋଟି ନେଇଥିଲେ । ତେବେ ଆଜିର ଜିଲ୍ଲା ପରିଷଦ ବୈଠକରେ କେଉଁ ଗୁପ୍ତ ତଥ୍ୟ ପ୍ରଘଟ ଭୟ ଜିଲ୍ଲାପାଳଙ୍କୁ ଘାରିଥିଲା ଯାହାକୁ ନେଇ ଗଣମାଧ୍ୟମକୁ ଆଜିର ବୈଠକକୁ ବାରଣ କରାଯାଇଥିଲା ସେନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.