ETV Bharat / state

ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ବିରୋଧରେ ଶୋଭାଯାତ୍ରା, ପ୍ରଥମ ଦିନରେ କିନ୍ନର ସଂଘ ସାମିଲ - road show in gunupuru

ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ କରିବା ସହ ଆନ୍ଧ୍ରର ନେରେଡି ପ୍ରକଳ୍ପକୁ ବିରୋଧ କରି ଆରମ୍ଭ ହୋଇଛି ଶୋଭାଯାତ୍ରା । ପ୍ରଥମ ଦିନରେ ସାମିଲ ହେଲା କିନ୍ନର ସଂଘ । ଅଧିକ ପଢନ୍ତୁ...

ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ବିରୋଧରେ ଶୋଭାଯାତ୍ରା , ପ୍ରଥମ ଦିନରେ କିନ୍ନର ସଂଘ ସାମିଲ
ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ବିରୋଧରେ ଶୋଭାଯାତ୍ରା , ପ୍ରଥମ ଦିନରେ ଭାଗ କିନ୍ନର ସଂଘ ସାମିଲ
author img

By

Published : Aug 2, 2021, 8:55 PM IST

ରାୟଗଡା: ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବା ସହ ଆନ୍ଧ୍ରର ନେରେଡି ପ୍ରକଳ୍ପକୁ ବିରୋଧ କରି ଆଜିଠାରୁ ମାସିକିଆ ନିରବ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବଂଶଧାରା ଅବବାହିକା ସୁରକ୍ଷା ସମିତିର ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା ଏହି ମାସିକିଆ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିବସରେ କିନ୍ନର ସଂଘ ଭାଗ ନେଇଥିଲା ।

ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ବିରୋଧରେ ଶୋଭାଯାତ୍ରା , ପ୍ରଥମ ଦିନରେ କିନ୍ନର ସଂଘ ସାମିଲ

ଉପରମୁଣ୍ଡରେ ପ୍ରକଳ୍ପ ଆମର ଦାବି, ସେଭ୍‍ ଗୁଣପୁର ସେଭ୍‍ ବଂଶଧାରା, ନେରେଡି ବ୍ୟାରେଜକୁ ବିରୋଧ ଇତ୍ୟାଦି ଲେଖାଥିବା ପ୍ଳାକାର୍ଡ ଧରି ଶୋଭାଯାତ୍ରାରେ ଯାଇଥିଲେ । ପରେ ସହକାରୀ ଜିଲ୍ଲାପାଳ ନିରଞ୍ଜନ ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ସଂଘର ଜିଲ୍ଲା ସମ୍ପାଦକ ପିଙ୍କି ମହାପାତ୍ରଙ୍କ ନେତୃତ୍ବରେ ମଧୁ ଗୌଡ, ସୁଜିତ ବିଡିକା, ବାବୁଲା ବାଉରୀ, ସୁଧାନ୍ସୁ ବେହେରା, ଲିଜା ମେଲେକା, ସୁଶାନ୍ତ ଶ୍ରୀରାମ ପ୍ରମୁଖ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରୁ ନିରବ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ଏହି ଅବସରରେ ଆଜି ଅବବାହିକା ସୁରକ୍ଷା ସମିତି ପକ୍ଷରୁ ଆଇନଜୀବୀ ରାଜୁ ସାହୁ, ପ୍ରଦୀପ ଦାସ, ବିଜୟ ଗମାଙ୍ଗ, ଅକ୍ଷୟ ଦାସ, ରମେଶ ଲିମା, ଇନ୍ଦ୍ରାକ୍ଷୀ ଦାସ, ମୁନାପାଣି, ଅନୀଲ ସାଉକାର, ମିଲି ପାଢି, ଶିବ ପ୍ରଶାଦ ଗୌଡ, ଉମା ଦାସ ସିମାଞ୍ଚଳ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.