ETV Bharat / state

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା - again pregnant women carried

ରାୟଗଡା ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

again pregnant women carried by cot in rayagada
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା
author img

By

Published : Mar 18, 2020, 7:26 PM IST

Updated : Mar 18, 2020, 7:38 PM IST

ରାୟଗଡା: ଜିଲ୍ଲାରେ ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ବୁଧବାର ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ 5 କିଲୋମିଟର ଖଟିଆରେ ବୋହି ଆଣିବା ପ୍ରଶାସନର ପାରିବା ପଣିଆ ପଦାରେ ପକାଇଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକରେ । ଜଙ୍ଗଲ ରାସ୍ତାରେ ୫ କିଲୋମିଟର ଖଟରେ ବୁହା ହେବା ପରେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି ଗର୍ଭବତୀ ମହିଳା ।

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

କୋଲନରା ବ୍ଲକ ଦୁମୁକୁପାଡୁ ଗ୍ରାମର ୩୧ ବର୍ଷୀୟ ଗର୍ଭବତୀ ମହିଳା ହେଲେ ସାବିତ୍ରୀ ତାଡିଙ୍ଗି । ସାବିତ୍ରୀଙ୍କ ବୁଧବାର ଭୋରରୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ତେବେ ୩୨୬ ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଦୁମୁକୁପାଡୁ ଗାଁକୁ ରହିଛି ପାଦଚଲା ରାସ୍ତାଟିଏ । ଫଳରେ ଗାଁକୁ କୌଣସି ଆମ୍ବୁଲାନ୍ସ ଆସିବାର ସମ୍ଭାବନା ନଥିବାରୁ କୌଣସି ଉପାୟ ନପାଇ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟରେ ବୋହି ଲାଲିବି ଗାଁ ନିକଟସ୍ଥ ଛକ ପର୍ଯ୍ୟନ୍ତ ଆଣିଥିଲେ । ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାବିତ୍ରୀଙ୍କୁ ଅଣାଯାଇଥିଲା । ଏବେ କୋଲନରା ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ସବୁଠାରୁ ବଡ କଥା ହେଲା ରାୟଗଡା ଜିଲ୍ଲାରେ ବାରମ୍ବାର ଏହିଭଳି ଘଟଣା ନଜରକୁ ଆସୁଥିଲେ ସୁଦ୍ଧା ବେଳେ ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ସରକାର କାହାର ମଧ୍ୟ ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 18, 2020, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.